କଣ୍ଟିଲୋ ନୀଳମାଧବ ପରିଦର୍ଶନ କରିବେ ରାଷ୍ଟ୍ରପତି ଭାରତୀୟ ବିଶ୍ୱାବସୁ ଶବର ସମାଜ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ l
୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କର ଆସନ୍ତା ମାର୍ଚ୍ଚ ୨୪ ଓ ୨୫ ତାରିଖରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ସଂଧ୍ୟାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ରାଷ୍ଟ୍ରପତି ମାର୍ଚ୍ଚ ୨୪ ତାରିଖ ଦିନ ୧୨.୩୦ ରେ ବାୟୁସେବା ବିମାନ ଯୋଗେ ସ୍ୱାମୀ ବିବେକାନନ୍ଦ ବିମାନ ବନ୍ଦର, ରାୟପୁର, ଛତିଶଗଡ଼ରୁ ବାହାରି ଦିନ ୧.୩୦ ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିବେ ଏବଂ ସେଠାରୁ ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମନ୍ଦିର ନିକଟସ୍ଥ ହେଲିପ୍ୟାଡରେ ଅବତରଣ କରି ସଡ଼କ ପଥରେ ଯାଇ କଣ୍ଟିଲୋ ସ୍ଥିତ ଅତିଥି ଭବନରେ ସାମୟିକ ବିଶ୍ରାମ କରିବେ ।
