ବାଲିକୁଦା ରଜକ ସାହିରେ ମା ବୁଢ଼ୀ ଠାକୁରାଣୀଙ୍କ ୩୯ ତମ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- କଟକ ସଦର ଥାନା ବାଲିକୁଦା ରଜକ ସାହିରେ ଥିବା ମା’ ବୁଢ଼ୀ ଠାକୁରାଣୀଙ୍କ ୩୮ ତମ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ରବିବାର ଠାରୁ ଆରମ୍ଭ ହୋଇ ମଙ୍ଗଳବାର ସନ୍ଧ୍ୟାରେ ପୂର୍ଣାହୁତି ଦିଆଯାଇ ଉଦଯାପିତ ହୋଇଛି । ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି ।

କଟକ ସହରର ଉପକଣ୍ଠରେ ଥିବା କୁଆଖାଇ ନଦୀରେ ସ୍ନାନ କରିସାରିବା ପରେ ,କଳସ ବୁଡାଇ ନଦୀରୁ ଜଳ ଆଣି ଏକ ବିରାଟ ଶୋଭାଯାତ୍ରା ବାହାରି ଶଙ୍ଖ ହୁଳହୁଳି, ଘଣ୍ଟଘଣ୍ଟି ବାଦ୍ୟରେ ଶତାଧିକ ମହିଳା ସାହି ପରିକ୍ରମା କରି ସାରିବା ପରେ ମା, ବୁଢ଼ୀ ଠାକୁରାଣୀଙ୍କ ଯଞ ସ୍ଥଳରେ ପହଞ୍ଚି ଥିଲେ ।

ମା, ବୁଢ଼ୀ ଠାକୁରାଣୀ ମହାଯଜ୍ଞ କମିଟିର ଉପଦେଷ୍ଟା ସମାଜସେବୀ ସୁକାନ୍ତ ସେଠୀ, ଅନୁଷ୍ଠାନର ସଭାପତି ନିରଜଂନ ସେଠୀ , ସମ୍ପାଦକ ଆକାଶ ସେଠୀ, ବୃନ୍ଦାବନ ସେଠୀ,ଚନ୍ଦନ ସେଠୀ ,ଜର୍ମାନୀ ସେଠୀ, କବିନ୍ଦ୍ର ସେଠୀ ,ଭଗବାନ ସେଠୀ ,କାଳନ୍ଦୀ ସେଠୀଙ୍କ ସମେତ ସାହିର ବାସିନ୍ଦା ଏହି ମହା ଯଜ୍ଞରେ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ପ୍ରତ୍ୟେକ ସନ୍ଧ୍ୟାରେ ଭଜନ ସମାରୋହ ସାଙ୍ଗକୁ ପୂର୍ଣ୍ଣ ଆହୁତୀ ସନ୍ଧ୍ୟାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟ ସମାଜ ସେବୀ ସୁକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଣମାଧ୍ୟମର ପ୍ରତିନିଧି , ସମାଜସେବୀ ,କଳାକାର ,ଗ୍ରାମ୍ୟ ମୁରବୀ ମାନଙ୍କୁ ପୁଷ୍ପଗୁଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲ ।

Exit mobile version