ବାଙ୍କୀ କଲେଜର ପୂର୍ବତନ ଉପାଧ୍ୟକ୍ଷ ସମ୍ବର୍ଦ୍ଧିତ

୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ  :- ବାଙ୍କୀ କଲେଜର ପୂର୍ବତନ ଉପାଧ୍ୟକ୍ଷ ତଥା ଜଣେ ଜଣାଶୁଣା ସମାଜସେବୀ ଓ ସଂଗଠକ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ରଙ୍କୁ ତାଳବସ୍ତ ଶ୍ରୀରାମ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ସୂଚନା ଯୋଗ୍ୟଯେ ଡମପଡ଼ା ବ୍ଲକର ତାଳବସ୍ତ ଗ୍ରାମର ଶ୍ରୀରାମ କମିଟିଙ୍କ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଭାବେ ପରିଚିତ ।ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରାଧ୍ୟାପକ ମହାପାତ୍ରଙ୍କୁ ଜଣେ ସମାଜସେବୀ ସଂଗଠକ ଭାବେ ମାନପତ୍ର , ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ ସମ୍ବର୍ଦ୍ଧନା ସଭା ଅନୁଷ୍ଠାନର ସଭାପତି ବିଶ୍ୱରଞ୍ଜନ ସ୍ୱାଇଁଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅକ୍ଷୟ କୁମାର ସାମଲ , କବିଲଲାଟେନ୍ଦୁ ପଣ୍ଡା, ମନୋଜ କୁମାର ରାଉତ ଓ ଶ୍ରୀରାମକମିଟିର ସମସ୍ତ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ ।

Exit mobile version