୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବ୍ରହ୍ମଗିରି :- ନିର୍ବାଚିତ ପ୍ରତିନିଧିମାନଙ୍କୁ ବ୍ଲକ ପ୍ରଶାସନିକ ଅଧିକାରୀ ମାନେ ଅଣଦେଖା କରୁଥିବା ପ୍ରତିବାଦରେ ବ୍ଲକ ତାଲା ପକାଇଛନ୍ତି ବିଜେଡି ସମର୍ଥତ ନିର୍ବାଚିତ ପର୍ଥୀ ମାନେ ।ଆଜି ବ୍ରହ୍ମଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷlଙ୍କ ନେତୃତ୍ବରେ ୪ ଦଫା ଦାବି ନେଇ ବ୍ରହ୍ମଗିରି ବ୍ଲକ ଅଫିସ ସମୁଖ ଗେଟେରେ ତାଲା ପକାଇ ଧାରଣା ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆସୁଥିବା ବିଭିନ୍ନ ପ୍ରକାର ଅନୁଦାନ ବ୍ଲକ ପ୍ରଶାସନିଙ୍କ ଅଧିକାରୀ ମାନେ ନିର୍ବାଚିତ ପ୍ରତିନିଧି ମାନଙ୍କ ଦୃଷ୍ଟି ଗୋଚରକୁ ନ ନେଇ ମନମୁଖୀ କାର୍ଯ୍ୟ କରୁଛନ୍ତି । ଯଥା ଜିଆଇ ଅନୁଦାନ ପାତର ଅନ୍ତର ଏବଂ ଜିଆରେସ ମନ ମୁଖୀ ବଦଳି କରିବା ଓ ଅନ୍ତର୍ଦ୍ୱୟ କାର୍ଡ ଯୋଗ୍ୟ ହିତାଧିକାରୀ ମାନଙ୍କୁ ନ ଦେବା ମନମୁଖୀ କାର୍ଯ୍ୟ ଯୋଗୁ ଧାରଣାରେ ବସିଥିବା ଅଧ୍ୟକ୍ଷl କହିଛନ୍ତି ।
