Home ଓଡ଼ିଶା ୨୦ ରେ ମା’ ପାଟ୍ଟଖଣ୍ଡା କାନ୍ଦୁଲ ଭଜା ଯାତ୍ରା ଭେଟ୍ଘାଟ୍ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମା’ ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଚଳିତ ମାସ ୨୦ ତାରିଖ ଗୁରୁବାର ଦିନ ମହାଡ଼ମ୍ବର ସହକାରେ ଆମ ସଂସ୍କୃତି, ପ୍ରଥା ଓ ପରମ୍ପରାର ଯାତ୍ରା ମା’ ପାଟ୍ଟଖଣ୍ଡା କାନ୍ଦୁଲ ଭଜା ଯାତ୍ରା ଭେଟ୍ଘାଟ୍- ୨୦୨୫ ମା’ ପାଟ୍ଟଖଣ୍ଡା ଦୁର୍ଗାପୂଜା ମଣ୍ଡପ ପରିସରରେ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହେବ । ଉକ୍ତ ପାରମ୍ପରିକ ଯାତ୍ରାରେ ମୁଖ୍ୟ ଅତିଥି ରୁପେ ସ୍ଥାନୀୟ ବନଖଣ୍ଡ ଅଧିକାରୀ ବିଶ୍ଵରାଜ ପଣ୍ଡା, ସମ୍ମାନୀତ ଅତିଥି ରୁପେ ବାଲିଗୁଡ଼ା ମୁଠା ମୁଖ୍ୟ ଓ ନୂଆସାହି ମୁଠା ମୁଖ୍ୟ ଯୋଗଦାନ କରିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି l ଏହି ପରିପ୍ରେକ୍ଷୀରେ ୨୦ ତାରିଖ ଗୁରୁବାର ମଧ୍ୟାହ୍ନ ୧ ଘଟିକାରେ ବାଲିଗୁଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡାଙ୍କ ନିକଟରେ କାନ୍ଦୁଲ ଭଜା ଯାତ୍ରା, ଅପରାହ୍ଣ ୨ ଘଟିକା ରେ ଭେଟ୍ଘାଟ୍ ଓ ସନ୍ଧ୍ୟା ୬ ଘଟିକା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରତ୍ୟେକ ସ୍ଵୟଂ ସହାୟକ ଗୋଷ୍ଠୀ ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ କରାଯିବ ଏବଂ ରାତ୍ର-୯ ଘଟିକାରେ ମା’ ପାଟ୍ଟଖଣ୍ଡା ମନ୍ଦିର ପ୍ରାଙ୍ଗଣ କଲ୍ୟାଣ ମଣ୍ଡପ ରେ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା ରହିଛି l ଏଣୁ ଏହି ଯାତ୍ରାକୁ ସରସ, ସୁନ୍ଦର ଓ ସ୍ମରଣୀୟ କରିବା ସହ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026