Home ଓଡ଼ିଶା ସର୍ବ ପୁରାତନ ସାହି ନୂଆସାହିରେ ମା ‘ପାଟ୍ଟଖଣ୍ଡା ଙ୍କ କୃଷି ଭିତ୍ତିକ କାନ୍ଦୁଲ ଭଜା ଯାତ୍ରା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡ଼ା :- କନ୍ଧମାଳ ଜିଲ୍ଲା ବାଲିଗୁଡାର ସର୍ବ ପୁରାତନ ସାହି ନୁଆସାହି ରେ ପାରମ୍ପରିକ ମା ‘ପାଟ୍ଟଖଣ୍ଡା ଙ୍କ କୃଷି ଭିତ୍ତିକ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପଶ୍ଚିମ ଓଡ଼ିଶାରେ ହେଉଥିବା ଗଣପର୍ବ ନୂଆଖାଇ ଭଳି ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳରେ ଦୀର୍ଘ ହଜାରେ ବର୍ଷ ରୁ ଉର୍ଦ୍ଧ୍ବ ହେବ ଏହି କାନ୍ଦୁଲ୍ ଭଜା ଯାତ୍ରା ପୀଢ଼ି ପରେ ପୀଢ଼ି ମା ‘ପାଟ୍ଟଖଣ୍ଡା ଓ ମା ‘ବରାଳ ଦେଵୀ ପୀଠରେ ପାଳିତ ହୋଇଆସୁଛି l ଏହା ମଧ୍ୟ ଗଣ ପର୍ବ ଭାବରେ ବିଦିତ l ସର୍ବ ପ୍ରଥମେ ମହାସିଙ୍ଗି ଗଡ଼ରେ କାନ୍ଦୁଲ ଯାତ୍ରା ପରେ ଅନ୍ୟ ଅଞ୍ଚଳ ରେ ଯାତ୍ରା ହେବାର ଵିଧି ରହିଛି, ଧରଣୀ ପେନୁ ଯାତ୍ରା ଶେଷ ହେଲା ପରେ ଏହି ଯାତ୍ରା ଆୟୋଜିତ ହେବାର ପ୍ରଥା ରହିଛି, ପରମ୍ପରା ଅନୁଯାୟୀ ନୁଆଁ କାନ୍ଦୂଲ ଓ ଶିମ୍ବ ମଞ୍ଜି କୁ ଭାଜି ଲିଆ ଉଖୁଡା ନଡିଆ ଭୋଗ ସହିତ ବଣୁଆ ପଳାସ ଫୁଲ ଧାଧୁନ ଫୁଲ କୁ ପୂଜାର୍ଚ୍ଚନା କରି ମାଆ ଙ୍କୁ ଅର୍ପଣ କରାଯାଏ l ନୂଆ ବସ୍ତ୍ର ପରିଧାନ କରି ଭକ୍ତ ଓ ଶ୍ରଦ୍ଧାୁଳୁ ମାନେ ଏହି ପୂଜା ପରେ ଘରେ ସମସ୍ତେ ମିଳିମଶି ପ୍ରସାଦ ସେବନ କରନ୍ତି l ମାନସିକ ଧାରୀ ଓ ଶ୍ରଦ୍ଧାଳୁ ଭକ୍ତମାନେ ପୀଠ ରେ ବୋଦା ଏବଂ ବରାଳଦେବୀ ଙ୍କ ନିକଟରେ କୁକୁଡ଼ା ମଧ୍ୟ ବଳୀ ଦିଅନ୍ତି l ଏହା ଏକ କୃଷି ଭିତ୍ତିକ ପର୍ବ ଅଟେ l ପୂର୍ବରୁ ମା’ ପାଟଖଣ୍ଡା ଙ୍କୁ ଆଦିବାସୀ ମାନେ ପୁଜା କରୁଥିଲେ l କାଳକ୍ରମେ ପାଇକ ଖଣ୍ଡାୟତ ଓ କ୍ଷତ୍ରିୟ ବଂଶ ଧର ପୂଜାର୍ଚ୍ଚନା କରି ଆସୁଛନ୍ତି l ହଜାର ବର୍ଷ ରୁ ଉର୍ଦ୍ଧ ହେବ ଏହି ପାରମ୍ପରିକ ଯାତ୍ରା ହୋଇ ଆସୁଛି l ପ୍ରତ୍ୟେକ ବର୍ଷଭଳି ଚଳିତ ଫଗୁଣ ମାସ ମଙ୍ଗଳ ବାର ଦିନ ରେ ବାଲିଗୁଡା ଉପଖଣ୍ଡ ର ସର୍ବ ବୃହତ୍ତମ ଏବଂ ସର୍ବ ପୁରାତନ ସାହି ପ୍ରଚଳିତ ରୀତିନୀତି ଅନୁସାରେ ଗ୍ରାମ୍ୟକମିଟି ପକ୍ଷରୁ ଯାତ୍ରା ଆୟୋଜିତ ହୋଇଯାଇଛି l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026