ଅନ୍ତର୍ଜାତୀୟ ଶିକ୍ଷା ଦିବସ

୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ଼ :- ଓଡ଼ିଶା ବିଜ୍ଞାନ ଏକାଡେମୀ ଓ ମଡେଲ ଡିଗ୍ରୀ କଲେଜ ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଶିକ୍ଷା ଦିବସ ଅନୁଷ୍ଠିତ ହୋଇଅଛି l ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ସଭାରେ ପୌରୋହିତ୍ୟ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ l ବିଜ୍ଞାନ ଏକାଡେମୀ ସଭାପତି ପ୍ରଫେସର୍ ବିଭୁତି ଭୂଷଣ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ବୈଜ୍ଞାନିକ ବୌଦ୍ଧିକ ବିକାଶ ନିମନ୍ତେ ନିଜକୁ ନିଜେ ପ୍ରଶ୍ନ କରି ଉତ୍ତର ଖୋଜିବା ପାଇଁ ପ୍ରବର୍ତ୍ତାଇଥିଲେ l

ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ସାମନ୍ତ ଚନ୍ଦ୍ରଶେଖରଙ୍କ ଆବିଷ୍କାର ଓ ପରିକଳ୍ପନାର ବିଜ୍ଞାନ ବିଷୟରେ ଆଲୋକପାତ କରି ବିଭିନ୍ନ ମଡେଲ ପ୍ରଦର୍ଶନ କରିଥିଲେ l ଏକାଡେମୀର ସଂପାଦକ ପ୍ରଫେସର ଆଶିଷ କୁମାର ମହାନ୍ତି ବିଜ୍ଞାନ ଏକାଡେମୀର କାର୍ଯ୍ୟାବଳୀ ବିଷୟରେ ସୂଚନା ଦେଇ ବିଭିନ୍ନ ପ୍ରକାର ବିଷଧର ସର୍ପଙ୍କ ବିଷୟରେ ଚର୍ଚ୍ଚା କରିଥିବା ବେଳେ ସର୍ପଦଂଶନ ସମୟରେ କିପରି ନିଜର କାର୍ଯ୍ୟକଳାପ ରହିବା ଉଚିତ ସୂଚାଇ ଥିଲେ l

ଶେଷରେ ଅଧ୍ୟାପିକା ରୀତିଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ସଭାରେ ୨୦୦ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଡକ୍ଟର ସନ୍ତୋଷ କୁମାର ବେହେରା, ଡକ୍ଟର ଜୟରାମ ସିଂ ସାମଲ, ଡକ୍ଟର ପ୍ରକାଶ କୁମାର ସାହୁ, ଦୀପିକା ରାଣୀ ତୁରୁକ୍, ପ୍ରଜ୍ଞାନ୍ସ ରଞ୍ଜନ ସାହୁ, ଶ୍ରୀମତୀ ରୀନାବାଳା ଘଡ଼େଇ, ମଧୁସ୍ମିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

Exit mobile version