Home ଓଡ଼ିଶା ଧାରଣାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ – ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ପ୍ରଭାବିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ଼ :- ନୟାଗଡ଼ ଜିଲ୍ଲାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ନବମ ଦିନରେ ପହଞ୍ଚିଛି। ସ୍ବାସ୍ଥ୍ୟ ବିଭାଗ ରେ କାର୍ଯ୍ୟରତ ରାଜ୍ୟ ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଙ୍ଗର ଆହ୍ବାନରେ ରାଜ୍ୟର ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ୪୨୦୦ ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି ରାସ୍ତାରେ ଧାରଣାରେ ଥିବାରୁ ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଛି। ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ସହରାଞ୍ଚଳର ସ୍ବାସ୍ଥ୍ୟ ସେବା ଓ ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଏକ ପ୍ରକାର ଠପ୍ ହୋଇଯାଇଛି। ନୟାଗଡ଼ ଜିଲ୍ଲାରୁ ପ୍ରାୟ 86 ଜଣ କର୍ମଚାରି ଗତ ମାର୍ଚ୍ଚ ୧୦ ତାରିଖରୁ ରାଜଧାନୀରେ ରେ ଥିବାରୁ ସ୍ବାସ୍ଥ୍ୟ ବିଭାଗ ଦୈନନ୍ଦିନ କାର୍ଯ୍ୟ ପରିଚାଳନା ରେ ବ୍ୟାଘାତ ହେଉଛି। ସେମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ଯକ୍ଷ୍ମା ନିରାକରଣ, କୃଷ୍ଟ ନିରାକରଣ, ମେଲେରିଆ ନିରାକରଣ,ମାତୃ ସ୍ବାସ୍ଥ୍ୟ, ଶିଶୁ ସ୍ବାସ୍ଥ୍ୟ, ପୃଷ୍ଟି କେନ୍ଦ୍ର, ଅଣ ସଂକ୍ରମନ ରୋଗ ଚିହ୍ନଟ , ଯକ୍ଷ୍ମା ରୋଗୀଙ୍କୁ ପ୍ରତ୍ୟେକ ମାସରେ ଦିଆଯାଉଥିବା ଏକ ହଜାରେ ଲେଖା ପୋଷଣ ରାଶି ପ୍ରଦାନ କରାଯାଇ ପାରୁନାହିଁ । ଜିଲ୍ଲାରେ ଏହି ସମୟରେ ୯୦ରୁ ଅଧିକ ପ୍ରସବ ହୋଇଥିବା ବେଳେ ପ୍ରସ୍ତୁତି ମହିଳା ମାନଙ୍କୁ ଜନନୀ ଶିଶୁ ସୁରକ୍ଷା ଅଧୀନରେ ୧୪୦୦ ଟଙ୍କା ଓ ଯିବାଆସିବା ଖର୍ଚ୍ଚ ୫୦୦ ଟଙ୍କା ପ୍ରଦାନ କରାଯାଇ ପାରୁନାହିଁ । ସ୍ବାସ୍ଥ୍ୟ ବିଭାଗ ୨୭ରୁ ଅଧିକ ପୋଟାଲରେ ଡାଟାଏଣ୍ଟ୍ରି ହୋଇପାରୁନାହିଁ । ଜିଲ୍ଲା ପୁଷ୍ଟି ସାଧନ କେନ୍ଦ୍ରରେ ଥିବା ୧୩ ଜଣ ଶିଶୁଙ୍କୁ ରାସନ୍ ସାମଗ୍ରୀ ଯୋାଇଦେବା ପାଇଁ ଦୋକାନୀ ଅମଙ୍ଗ ହେବାରୁ ସେମାନଙ୍କ ପୋଷଣ ଖାଦ୍ୟ ସହିତ ରେଗୀ ସେବା ବାଧାପ୍ରାପ୍ତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ । କର୍ମଚାରୀମାନଙ୍କ ଆପତ୍ତି ଅନୁସାରେ ୨୦୦୫ ମସିହାରୁ ଏହି ଠିକା କର୍ମଚାରୀମାନେ ଅଳ୍ପ ବେତନରେ କାର୍ଯ୍ୟ କରି ଆସୁଛନ୍ତି । ବାରମ୍ବାର ଦାବି ସତ୍ତ୍ୱେ ସେମାନଙ୍କୁ ନିୟମିତ କରାଯାଇ ନାହିଁ । ପ୍ରକାଶ ଥାଉକି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରିରହିବ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026