Home ଓଡ଼ିଶା ମୋଦୀ ଥିଲେ ଛତ୍ରପତି ଶିବାଜୀ : ପ୍ରଦୀପ ପୁରୋହିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବରଗଡ :- ନରେନ୍ଦ୍ର ମୋଦୀ ପୂର୍ବ ଜନ୍ମରେ ଛତ୍ରପତି ଶିବାଜୀ ଥିଲେ । ସଂସଦର ବଜେଟ ଅଧିବେଶନରେ ସମ୍ବୋଧନ ସମୟରେ ଏଭଳି ଦାବି କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ପୂର୍ବଜନ୍ମରେ ପରମ ପରାକ୍ରମୀ ଛତ୍ରପତି ଶିବାଜୀ ଓ ଏଜନ୍ମରେ ନରେନ୍ଦ୍ର ମୋଦୀ ବୋଲି କହିଛନ୍ତି ଓଡ଼ିଶାର ଏହି ସାଂସଦ । ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼ରେ ରହୁଥିବା ଜଣେ ସାଧୁ, ଗିରିଜା ବାବାଙ୍କ ସହ ଆଲୋଚନା ବେଳେ ସେ କହିଥିଲେ ଯେ, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବଜନ୍ମରେ ପରାକ୍ରମୀ ମରାଠା ରାଜା ଛତ୍ରପତି ଶିବାଜୀ ମହାରାଜାଙ୍କ ବ୍ୟତୀତ ଅନ୍ୟ କେହି ନୁହେଁ । ସଂସଦରେ ଏହି ଦାବିକୁ ରଖିଛନ୍ତି ପ୍ରଦୀପ ପୁରୋହିତ । ସଂସଦରେ ଦୃଢୋକ୍ତି ପ୍ରକାଶ କରି ପ୍ରଦୀପ ପୁରୋହିତ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ପ୍ରକୃତରେ ଶିବାଜୀ ମହାରାଜ, ଯିଏ ଦେଶକୁ ପ୍ରଗତି ଏବଂ ବିକାଶ ଦିଗରେ ଆଗେଇ ନେଉଛନ୍ତି । ବିକଶିତ ଭାରତ ଏବଂ ବିଶ୍ୱରେ ଭାରତକୁ ଶକ୍ତିଶାଳୀ ରାଷ୍ଟ୍ର ଗଢ଼ି ତୋଳିବାରେ ଯେଉଁ ସଙ୍କଳ୍ପ ନେଇ ପ୍ରଧାନମନ୍ତ୍ରୀ କାମ କରୁଛନ୍ତି, ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଏହାସହ କେନ୍ଦ୍ର ରେଳମନ୍ତ୍ରୀ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ରେଳବାଇ କ୍ଷେତ୍ରରେ ଯେଉଁଭଳି କାମ କରୁଛନ୍ତି ସେଥିପାଇଁ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ସାଂସଦ ପୁରୋହିତ । ଅଶ୍ୱିନୀ ବୈଷ୍ଣବ ଥରେ ସଂକଳ୍ପ ନେଇଗଲେ ସେ କାମ ସମ୍ପୂର୍ଣ୍ଣ କରିକି ଛାଡ଼ନ୍ତି । ୨୦୨୨ ପଦ୍ମପୁର ଉପନିର୍ବାଚନ ବେଳେ ବିଜେଡି ସରକାର ରେଳମନ୍ତ୍ରୀଙ୍କୁ ଚାଲେଞ୍ଜ ଦେଇଥିଲା, ଦଶନ୍ଧି ଧରି ଯେଉଁ ଦାବି ରହିଛି, ବରଗଡ଼-ନୂଆପଡ଼ା ରେଳ ଲାଇନ କାମ କରିପାରିବେ କି? ସେତେବେଳେ ଅଶ୍ୱିନୀ ବୈଷ୍ଣବ କହିଥିଲେ, ଯେଉଁଦିନ ଓଡ଼ିଶା ସରକାର ଜମି ଦେବ, ସେହିଦିନ କାମ ଆରମ୍ଭ ହେବ । ରାଜ୍ୟରେ ସରକାର ପରିବର୍ତ୍ତନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜମି ଦେବାପରେ ଏବେ ୧୩୮ କିଲୋମିଟର ଟ୍ରେନ୍ ଲାଇନ୍ ପାଇଁ ୨୯୨୬ କୋଟି ଟଙ୍କା ମଂଜୁର ହୋଇଛି । ସେଥିପାଇଁ ସେ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବେ ଖୁବ ଗତିରେ ଏହି ପ୍ରକଳ୍ପ କାମ ଆଗେଇ ଚାଲିଛି । ୫୯ଟି ରେଳ ଷ୍ଟେସନ, ଶହେ ପ୍ରତିଶତ ବିଦୁ୍ୟତିକରଣ ଓ ଡବଲ ଟ୍ରାକ୍ କାମ ଶେଷ ହୋଇଛି । ୨୦୧୪ରେ ରେଳବାଇ କ୍ଷେତ୍ରରେ ୮୩୮ କୋଟି ଟଙ୍କା ରାଜ୍ୟକୁ ଅନୁଦାନ ମିଳିଥିବା ବେଳେ ଏବେ ୧୦ ହଜାର ୫୯୯ କୋଟି ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର । ଏହାସହ ଝାରସୁଗୁଡ଼ା ରେଳଲାଇନରେ ଦୀର୍ଘ ଦିନ ଧରି ସ୍ଥାନୀୟ ଲୋକମାନେ ଆନ୍ଦୋଳନ କରି ଆସୁଛନ୍ତି, ସେମାନଙ୍କ ଦାବି ପୂରଣ କରିବାକୁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସାଂସଦ । ସେହିଭଳି ସକାଳ ସମୟରେ ବରଗଡ଼ରୁ ଭୁବନେଶ୍ୱର ଏକ ଟ୍ରେନ ଯାତାୟତ, କରୋନା ସମୟରେ ବ୍ରଜରାଜନଗର, ବରଗଡ଼, ଅତାବିରାରେ ଅନେକ ଟ୍ରେନ୍ ଅଟକୁଥିବା ବେଳେ ଏବେ ଏଗୁଡିକ ରହଣୀ ବନ୍ଦ ହୋଇଯାଇଥିବାରୁ ପୁର୍ନବାର ରହଣୀ କରିବାକୁ ସେ ଦାବି କରିଛନ୍ତି । ବେଲପାହାଡ଼ ରେଳ ଷ୍ଟେସନରେ ଫ୍ଲାଏ ଓଭରବ୍ରିଜ୍ କାମ ବନ୍ଦ ହୋଇଯାଇଥିବାରୁ, ଖୁବଶୀଘ୍ର କାମ ଆରମ୍ଭ କରିବାକୁ ଅଶ୍ୱିନୀ ବୈଷ୍ଣବଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି ପ୍ରଦୀପ ପୁରୋହିତ । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026