Home ଓଡ଼ିଶା ଗୁରୁ ପଙ୍କଜ ଉତ୍ସବ ଓ ମାହାରୀ ସମ୍ମାନ ଉଦ୍ଘାଟନୀ ସନ୍ଧ୍ୟା ରେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କ ମନ ମୋହିଲେ ନୃତ୍ୟ ଶିଳ୍ପୀ ଆଦ୍ୟାଶା ମିଶ୍ର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପାରଳାଖେମୁଣ୍ଡି :- ଆଦିଗୁରୁ ପଙ୍କଜ ଚରଣ ଦାସଙ୍କ ୧୦୬ ଜମନ୍ତ୍ରୀ ଅବସରରେ ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ତିନିଦିନିଆ ଗୁରୁ ପଙ୍କଜ ଉତ୍ସବ ଏବଂ ମାହାରୀ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଛି। ସନ୍ଧ୍ୟା ଆରମ୍ଭ ହୋଇଥିଲା ଶିଳ୍ପୀ ଆଦ୍ୟାଶା ମିଶ୍ରଙ୍କ ପରିବେଷଣରୁ। ତାଙ୍କ ପ୍ରସ୍ତୁତିରେ ଥିଲା ନୃତ୍ୟଭିନୟ ‘ଯାଜ୍ଞସେନୀ’ ଏହା ଦର୍ଶକଙ୍କୁ ବାନ୍ଧି ରଖିଥିଲା । ନିଜ ଭାବ ଭଙ୍ଗୀ ଦ୍ଵାରା ଦର୍ଶକଙ୍କ ମନ ମୋହି ଥିଲେ ନୃତ୍ୟ ଶିଳ୍ପୀ ଆଦ୍ୟାଶା ମିଶ୍ର। ଆଦ୍ୟାଶା ମିଶ୍ର ଙ୍କ ନୃତ୍ୟ ରେ ଝୁମିଥିଲେ ଦର୍ଶକ । ସନ୍ଧ୍ୟାରେ ଅତିଥିଭାବେ ଗୁରୁ ଦୁର୍ଗାଚରଣ ରଣବୀର ପୂର୍ବତନ ବିଧାୟକ ପ୍ରିୟର୍ଦଶୀ ମିଶ୍ର ପରିଚୟ ଫାଉଣ୍ଡେସନ ଅଧକ୍ଷ ରୋଜାଲିନ ପାଟ୍ଟଶାଣୀ ମିଶ୍ର, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଅନୂଜା ତାରିଣୀ ମିଶ୍ର, ଅନୁଷ୍ଠାନର ସଭାପତି ବଟକୃଷ୍ଣ ତ୍ରିପାଠୀ ଏବଂ ସମ୍ପାଦକ ଶରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ତ ଧୀରଜ କୁମାର ମହାପାତ୍ରଙ୍କୁ ବୀଣାକାର ସମ୍ମାନ, ମିଚାଲି ଚିନ୍ତାରାଙ୍କୁ ଗାଈଣି ସମ୍ପ୍ରଦା ସମ୍ମାନ, ଗୁଚ୍ଛ ବୁଦ୍ଧାନାଥ ସ୍ବାଇଁଙ୍କୁ ମାଦେଳି ସମ୍ମାନ ଏବଂ କଲକାତାର ନୃତ୍ୟଶିଳ୍ପୀ ଶ୍ରୀପଣ୍ଡା ବୋଷଙ୍କୁ ନାଚୁଣୀ ସମ୍ପ୍ରଦା ସମ୍ମାନରେ ସମ୍ମାନିତ କରାଯାଇଥିଲା । Categories: ଓଡ଼ିଶା, ଗଜପତି, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026