୧୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ଯାହା ପ୍ରାୟ ଦେଖିବାକୁ ମିଳି ନ ଥାଏ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ପତିତପାବନ ବାନାରେ ସୋମବାର ପୂର୍ବାହ୍ଣରେ ଶୂନ୍ୟଗଣ୍ଠି ପଡ଼ିଥିବା ଦେଖିବାକୁ ମିଳିଛି। ନୀଳଚକ୍ରରେ ଲାଗିଥିବା ବାନାଗୁଡ଼ିକ ଉଡ଼ିବା ସମୟରେ ଆପେ ଆପେ ପରସ୍ପର ମଧ୍ୟରେ ଗଣ୍ଠି ପଡ଼ିଲେ ତାହାକୁ ଶୂନ୍ୟଗଣ୍ଠି କୁହାଯାଇଥାଏ । ଯାହା ପ୍ରାୟ ଦେଖିବାକୁ ମିଳି ନ ଥାଏ । ପ୍ରତ୍ୟେକ ଦିନ ପରି ରବିବାର ଅପରାହ୍ଣରେ ଚୂନରା ସେବାୟତ ଶ୍ରୀମନ୍ଦିର ଉପରକୁ ଚଢ଼ି ପତିତପାବନ ବାନା ବାନ୍ଧିଥିଲେ ।
