ଯୁବ ଚାଷୀଙ୍କ ଜୀବନ ଶୈଳୀକୁ ବଦଳାଇ ଦେଇଛି ଚାଷ

୧୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍)  ଖଣ୍ଡପଡ଼ା :- ଇଣ୍ଟରନେଟ ଯୁଗରେ ଚାଷ କରିବା ପାଇଁ ଯୁବଗୋଷ୍ଠୀମାନେ ଆଗ୍ରହ ପ୍ରକଶ କରୁନଥିବା ସ୍ୱତେ ଖଣ୍ଡପଡ଼ା ବ୍ଲକ ବନମାଳୀପୁର ପଞ୍ଚାୟତ, ପଥୁରିଆ ଗାଁର ଯୁବ ଚାଷୀ ରମେଶ କୁମାର ନାୟକଙ୍କୁ ଚାଷ ଗୋଟେ ସ୍ୱତନ୍ତ୍ର ସ୍ଥାନ ଦେଇଛି ! ଯେତେବେଳେ ଯୁବକମାନଙ୍କ ପଢ଼ା ସରିଯିବା ପରେ ସେମାନେ ବାହା ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ସମୟରେ ରମେଶ କିନ୍ତୁ ଚାଷ କରି ନିଜର ଜୀବିକା ନିର୍ବାହ କରିବା ସହ ଆଉ ଚାରି ପାଞ୍ଚ ଜଣଙ୍କ ପରିବାରକୁ ରୋଜଗାର ଦେଉଥିବା ଏବେ ଚାରିଆଡେ ଚର୍ଚ୍ଚା ହେଉଛି !

ଏତିକି କମ ବୟସରେ ମାଟି ସହିତ ଲଢ଼ି ଫସଲ ଆଦାୟ କରୁଛନ୍ତି ମନୋବଳ ତାଙ୍କର ବଢ଼ି ବଢ଼ି ଚାଲିଛି କିଛି କରିବାର ଇଛା ତାଙ୍କ ମନରେ ଜାଗ୍ରତ ହୋଇଛି ! ଯୁବ ସମାଜ ପ୍ରତି ସେ ଜଣେ ଉଦାହରଣ ପାଲଟିଛନ୍ତି ଯଦି ସରକାରଙ୍କ ତରଫରୁ

କିଛି ଆର୍ଥିକ ସାହାଯ୍ୟ ମିଳନ୍ତା ତେବେ ରମେଶ ଆଗକୁ ବଢିବା ସହ ବିଶ୍ୱ ଦରବାର ରେ ଖଣ୍ଡପଡ଼ା ନାମକୁ ଉଜ୍ବଳ କରିପାରନ୍ତେ ! ରାଜ୍ୟ ସରକାରଙ୍କ କୃଷି ବିଭାଗ ଓ ଉଦ୍ୟାନ ବିଭାଗ ସହିତ କୃଷି ବିଜ୍ଞାନ କେନ୍ଦ୍ର ନୂତନ ଜ୍ଞାନକୌଶଳ ସହିତ ଆର୍ଥିକ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ ଦେଇଛନ୍ତି !

Exit mobile version