୧୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ସ୍ବର୍ଗଦ୍ବାର ରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବିଶିଷ୍ଟ କବି ସ୍ବର୍ଗତ ପଦ୍ମଭୂଷଣ ରମାକାନ୍ତ ରଥ ଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ର ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି।ସ୍ବର୍ଗତ ରଥ ଙ୍କ ବଡ ପୁଅ ପିନାକୀ ରଥ ମୁଖାଗ୍ନି ଦେଇଥିଲେ।ପରିବାରର ଅନ୍ୟ ସଦସ୍ୟ ମାନେ ଶେଷକୃତ୍ୟ ରେ ଉପସ୍ଥିତ ଥିଲେ।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଷ୍ଟ୍ରୀୟ ମର୍ଯ୍ୟାଦା ର ସହ ଶେଷକୃତ୍ୟ ହୋଇଥିଲା।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ ପି ବିନୀତ ଅଗ୍ରୱାଲ ଉପସ୍ଥିତ ରହି ଶେଷକୃତ୍ୟ କାର୍ଯ୍ୟ ତଦାରଖ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

