Home ଓଡ଼ିଶା ଜୟପୁର ମହାରାଜା ଙ୍କ ସନ୍ତକ – ଭାଲେରୀ ରେ ଦୋଳପୁର୍ଣିମା ପାଳିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବିଶ୍ୱାସ ରହିଛି ଯେ ଏହି ଠାରେ ମହିଳାମାନେ ଚୁଡି ପୂଜାକରି ପିନ୍ଧିଲେ ଦାମ୍ପତ୍ୟ ଜୀବନ ସୁଖମୟ ହୁଏ । ୧୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଗୁଣପୁର :- ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଭାଲେରୀ ଗ୍ରାମ ରେ ଜୟପୁର ମହାରାଜା ଙ୍କ ଦ୍ଵାରା ୧୫୦୦ମସିହାରେ ପ୍ରତିଷ୍ଠିତ ଗୋପୀନାଥ ମନ୍ଦିର ରେ ଦୋଳପୁର୍ଣିମା ହଲି ଉତ୍ସଵ ୩ଦିନ ଧରି ଅନୁଷ୍ଠିତ ହୋଇଯାଇଛି ।ଗୁପ୍ତ ବୃନ୍ଦାବନ ଭାବେ ପରିଚିତ ଏହିଠାରେ ରାଧାକୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି ଗୋଟିଏ ନିମ ଦାରୁ ରେ ନିର୍ମିତ ହୋଇଛି ।ଏହା ଲାବନ୍ୟଭଙ୍ଗି ଠାଣି ରେ ନିର୍ମିତ ହୋଇଥିବା ରୁ ଏହା ଦେଖିବାକୁ ଶ୍ରଦ୍ଧାଳୁ ଙ୍କ ଭିଡ ଜମିଥିଲା । ଏହି ୩ଦିନିଆ ଯାତ୍ରା ରେ ରାଧା କୃଷ୍ଣ କୁ ବିମାନ ରେ ଗାଁ ପରିକ୍ରମା କରାଯିବା ସହ ଦହିବିକା ପରମ୍ପରା ରହିଛି ।ଦୋଳ ପୂର୍ଣ୍ଣିମା ଦହି ପାଇବା ପାଇଁ ଶ୍ରଦ୍ଧାଳୁ ଉତ୍ସୁକ୍ ମନରେ ଜଗିରହିଥାନ୍ତି । ବିଶ୍ୱାସ ରହିଛି ଯେ ଏହି ଠାରେ ମହିଳାମାନେ ଚୁଡି ପୂଜାକରି ପିନ୍ଧିଲେ ଦାମ୍ପତ୍ୟ ଜୀବନ ସୁଖମୟ ହୁଏ ।ତେଣୁ ଏଠାରେ ମହିଳା ମାନେ ଚୁଡି ପିନ୍ଧିଥାନ୍ତି । ଏଠାରେ ଗୋୖଡିୟ ପରମ୍ପରା ରେ ମନ୍ଦିର ରେ ଭୋଗ ରାଗ ହୋଇଥାଏ ।ବିଶେଷ କରି ଦହି ଭାତ ,କ୍ଷୀର ଘିଅ ସର ଦହି ଛେନା ଭାତ ଓ ଲୁଣ ମିଶି ପ୍ରସାଦ ପ୍ରତିଦିନ ପୂଜା ରେ ଭୋଗ କରାଯାଇଥାଏ । ପଣା ଭୋଗ ଦିନସାରା ଶ୍ରଦ୍ଧାଳୁ ଙ୍କୁ ବାଣ୍ଟିବା ବିଧି ଏବେବି ରହିଛି । ଚଳିତ ବର୍ଷ ମଧ୍ୟ ଯାତ୍ରା ରେ କବିଡ଼ ଯୋଗୁ ଭିଡ କାମଥିବା ଦେଖିବାକୁ ମିଳିଥିଲା । ଯାତ୍ରା ର ପ୍ରଥମ ଦିନରେ ମଘାସୁର ବଧ ହୋଇଥିବାରୁ ମଘାପୁଡି ହଇ ଥାଏ ।ତା ପରଦିନ ହୋଲି ରେ ରାଧା କୃଷ୍ଣ ଙ୍କୁ ନେଇ ଗ୍ରାମ ରେ ରଙ୍ଗ ଖେଳ ହୋଇଥିଲା । ବଂଶଧାରା ନଦୀ ରେ ଭାସି ଆସି ଗ୍ରାମ ନିକଟରେ ନିମ ଦାରୁ ଲାଗିଥିବା ବିଷୟ ରେ ସେତେବେଳ ଜୟପୁର ମହାରାଜ ଙ୍କ ସ୍ୱପ୍ନାଦେଶ ହେବା ପରେ ରାଜା ଙ୍କ ନିର୍ଦ୍ଦେଶ ରେ ମହାରଣା ମାନଙ୍କ ଦ୍ୱାରା ସେହି ଦାରୁ ସଂଗ୍ରହ କରି ସେହି ଦାରୁ ରେ ଲାବଣ୍ୟ ଠାଣି ରେ (ଗୋପୀନାଥ) ରାଧାକୃଷ୍ଣ ଙ୍କ ଯୁଗଳ ମୂର୍ତ୍ତୀ ନିର୍ମାଣ କରି ସେହି ଭଲେରି ଶାସନ ଗ୍ରାମ ପ୍ରତିଷ୍ଠା କରି ମହାପାତ୍ର ବ୍ରାହ୍ମଣ ଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଜମି ଘର ଦାନ କରିଥିଲେ ।ସେହିଭଳି ସ୍ୱପ୍ନାଦେଶ ପରେ ବଂଶଧାରା ନଦୀର ଏକ ଗଣ୍ଡରେ ଥିବା ଶାଳ ଗ୍ରାମ ମଧ୍ୟ ଉଦ୍ଧାର କରାଯାଇଥିଲା ତାହା ଏଠାରେ ବର୍ତ୍ତମାନ ବି ପୂଜା ପାଉଛି । ମନ୍ଦିର ପୂଜାର୍ଚ୍ଚନା ରୀତିନୀତି ରେ କରିବା ପାଇଁ ୧୫ ଏକର ପରାମିତ ଜମି ପଦ୍ମପୁର ର ଜାତିଲି ଗ୍ରାମ ରେ ପ୍ରଦାନ କରିଥିଲେ ।ତେବେ ସେହି ମନ୍ଦିର ଜମି କାଳ କ୍ରମେ ଆ ଉ ମନ୍ଦିରର ହୋଇ ରହିନାହିଁ ।ଯାହା ଫଳ ରେ ପୂଜାରୀ ମନେ ପାଳି କରି ଗୋପୀନାଥ ଙ୍କ ପ୍ରତିଦିନ ପୂଜାର୍ଚ୍ଚନା ନିଜସ୍ୱ ଖର୍ଚ୍ଚ ରେ କରୁଛନ୍ତି ବୋଲି ମନ୍ଦିର ପରିଚାଳନା କମିଟି ର ବରିଷ୍ଠ ସଦସ୍ୟ ମାନେ କହିଛନ୍ତି । ଏହି ଦୋଳ ପୂର୍ଣ୍ଣିମା ରେ ପୂର୍ବରୁ ଏଠାରେ ଥିବା ରଙ୍ଗ ମଞ୍ଚରେ ଗ୍ରାମ ଗ୍ରାମ ରେ ଥିବ ନାଟକ ପ୍ରତିଯୋଗିତା ହେଉଥିଲା ତେବେ କନା ପଡିଛି କର୍ପୁର ଉଡିଯାଇଛି ନ୍ୟାୟ ରେ ସବୁ ଇତିହାସ ହୋଇରହିଯାଇଛି । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ନୟାଗଡ଼ରେ ୮ ଶିକ୍ଷକଙ୍କୁ ରୋଟାରୀ ନେସନ ବିଲ୍ଡର ସମ୍ମାନ by Proprietor Abhimanyu Maharana September 11, 2026 ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳର ସାଧାରଣ ସମ୍ପାଦକ , ଶ୍ରୀଯୁକ୍ତ ଦିଗାମ୍ବର ବେହେରା by Proprietor Abhimanyu Maharana September 11, 2026 ନୟାଗଡ଼ ସହରରେ ପଲିଥିନ୍ ଓ ପ୍ଲାଷ୍ଟିକ ଜିନିଷ ଉପରେ ଜୋରଦାର ଚଢାଉ, ଦୋକାନୀ ଛାନିଆ by Proprietor Abhimanyu Maharana September 11, 2026 ଦେୟ ମୁକ୍ତ ଶିକ୍ଷା କେଜି ରୁ ପିଜି ମାଗଣା ଘୋଷଣା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତାରଣା : କଂଗ୍ରେସ by Proprietor Abhimanyu Maharana September 11, 2026 ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ : ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ by Proprietor Abhimanyu Maharana September 11, 2026 ଟାଇମ୍ସ ହସ୍ପିଟାଲିଟି ଆଇକନ୍ସ ଓଡ଼ିଶା ୨୦୨୬ରେ ଆକିଜ୍ ହାର୍ବର "ଆଇକନିକ୍ ସି ଫୁଡ୍ ରେଷ୍ଟୁରାଣ୍ଟ" ଭାବେ ସମ୍ମାନିତ by Proprietor Abhimanyu Maharana September 11, 2026