୧୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ନିଜ ବନ୍ଧୁକରୁ ଗୋଳି ଫୁଟି ଶିକାରୀଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୋହନା ଥାନା ଅନ୍ତର୍ଗତ କୁଙ୍କୁଣୀ ପଦାସାହି ଗାଁ ନିକଟରେ । ମୃତକ ଜଣକ ରାୟଗଡ଼ ଥାନା ସିନ୍ଧିବା ଗାଁର ହରିଶ୍ଚନ୍ଦ୍ର ଭୂୟାଁ । ଗତଦୁଇ ମାସ ହେବ କୁଙ୍କୁଣି ପଦା ସାହି ଗାଁରେ ରହି ଖଜୁରୀ ତାଡ଼ି ସଂଗ୍ରହ କରି ବିକ୍ରି କରୁଥିଲେ ।

