୧୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା :- ଗୀତା ଭବନ ପରିସରରେ ଖୋର୍ଦ୍ଧା ଜିଲ୍ଲା ଗାଁ ସାଥି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ରାଜ୍ୟ ସଙ୍ଘ ର ସଂଗଠକ ତଥା ଜିଲ୍ଲା ଆବାହକ ଧଡୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ରାଜ୍ୟ ସଙ୍ଘ ର ସଭାପତି ଲଷ୍ମୀଧର ବିଶ୍ୱାଳ ଯୋଗଦେଇ ଉପସ୍ଥିତ ଖୋର୍ଦ୍ଧା ଜିଲ୍ଲାର ୧୦ ଟି ବ୍ଲକର ୨୦୦ ରୁ ଉର୍ଦ୍ଧ୍ବ ଗାଁ ସାଥି ଭାଇ,ଭଉଣୀ ମାନଙ୍କୁ ସଂଗ୍ରାମୀ ଅଭିଭାଷଣ ପ୍ରଦାନ କରିଥିଲେ।ବିଶେଷ କରି ୨୦୦୮ ମସିହାରୁ ସରକାର ଙ୍କ ନୀତି ନିୟମ ଅନୁଯାୟୀ ବିଜ୍ଞାପନ ବାହାର କରାଯାଇ ଶିକ୍ଷାଗତ ଯୋଗ୍ୟତା ଅନୁସାର ରେ ପ୍ରତି ରାଜସ୍ୱ ଗାଁ ରେ ଦୁଇଜଣ ଗାଁ ସାଥି ନିଯୁକ୍ତି ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ନ୍ୟାୟ ମିଳିପାରିନାହିଁ।ତେଣୁ ଆଜିର ଏହି ବୈଠକରେ ସଂଘର ନିଷ୍ପତ୍ତି କ୍ରମେ ମୋହନ ସରକାର ଙ୍କୁ ଖୋର୍ଦ୍ଧା ଜିଲ୍ଲା ଗାଁ ସାଥି ସଙ୍ଘ ପକ୍ଷରୁ କେତେକ ଦାବି ପୂରଣ ପାଇଁ ଅନୁରୋଧ କରିଥିଲେ ।

