୧୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ବର :- ମିଡିଆ ଫେଡରେସନ ଅଫ୍ ଓଡିଶା ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି, ବରିଷ୍ଠ ସଦସ୍ୟ ଗୌର ଚନ୍ଦ୍ର ମହାପାତ୍ର ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ବୈଠକରେ ତପନ ବିହାରୀ ଭଞ୍ଜ, ସଭାପତି, ଅମଲେନ୍ଦୁ ସିହ୍ନା, ଉପସଭାପତି, ସିଦ୍ଧାର୍ଥ ଶଙ୍କର ମିଶ୍ର, ସମ୍ପାଦକ, ସନ୍ତୋଷ ତ୍ରିପାଠୀ, ଯୁଗ୍ମ ସମ୍ପାଦକ, ସମୀର ରାୟ, ସହକାରୀ ସମ୍ପାଦକ, ସୌଭାଗ୍ୟ ମହାନ୍ତି, କୋଷାଧ୍ଯକ୍ଷ ଓ ବାର ଜଣ ସଦସ୍ୟ କାର୍ୟକାରୀ କମିଟି କୁ ନିର୍ବାଚିତ ହୋଇଛନ୍ତି, ଗୌର ଚନ୍ଦ୍ର ମହାପାତ୍ର ଙ୍କୁ ପ୍ରତିଷ୍ଠାତା ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି l ଫେଡେରେସନର ସଭାପତି ଶ୍ରୀ ଭଞ୍ଜ ଘୋଷାଣ କରିଛନ୍ତି ଯେ ଖୁବ୍ ଶୀଘ୍ର ନୂଆଦିଲ୍ଲୀସ୍ଥିତ ମିଡିଆ ଫେଡରେସନ ଅଫ୍ ଇଣ୍ଡିଆ ସହ ସହବନ୍ଧିତ ହେବ l
ଫେଡେରେସନର ସଭାପତି ଓ ସମ୍ପାଦକ ଏକ ମିଳିତ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ସାମ୍ବାଦିକ ମାନଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ମାନନୀୟ ମୋହନ ମାଝୀ ସରକାର ଯେଉଁ ଏତିହାସିକ ପଦକ୍ଷେପ ନେଇଛନ୍ତି ତାହା ସ୍ୱାଗତ୍ ଜଣାଇବା ସହିତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି l କିନ୍ତୁ ଏହି ପ୍ରବେଶ ପାଇଁ ଯେଉଁ ପାସ୍ ବ୍ୟବସ୍ଥା ରହିଛି ତାହା ଚିହ୍ନିଟ ପ୍ରକ୍ରିୟା ଅତିକମରେ ତିନି ମାସ ସମୟ ଲାଗି ଯାଉଛି, ସେହି ଚିହ୍ନଟ ପ୍ରକ୍ରିୟା କୁ ପନ୍ଦର ଦିନ ଭିତରେ ଶେଷ କରି ପାସ୍ ପ୍ରଦାନ ପାଇଁ ବ୍ୟବସ୍ଥା କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି, ଏଥି ସଙ୍ଗେ ସଙ୍ଗେ ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ବ୍ୟବସ୍ଥା, ଅନ୍ୟ ରାଜ୍ୟ, ଭଳି ସାମ୍ବାଦିକ ମାନଙ୍କୁ ତୁରନ୍ତ ପେନସନ ପ୍ରଦାନ,

