୧୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- ରଙ୍ଗର ପର୍ବ ହୋଲି ପାଇଁ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି । ରଙ୍ଗର ପର୍ବ ହୋଲିରେ ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ଲୋକେ। ହୋଲି ପାଇଁ ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଉଛନ୍ତି ଲୋକେ । ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି ସମସ୍ତେ ଏହି ଖୁସି, ଉଲ୍ଲାସ, ଉତ୍ସାହର ପର୍ବକୁ ବେଶ ଧୁମଧାମ ସହ ପାଳିଥିଲେ ।

