ଦୁର୍ବୃତ୍ତମାନେ ଝରକା ତାଡି ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଗଲେ

୧୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନିଆଳି  :- କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ଥାନା ଗୋପୀନାଥପୁର ଗ୍ରାମର କାଞ୍ଚନବାଳା ସେଠୀଙ୍କ ଘରେ କେହି ନଥିବାବେଳେ ଘରର ଝରକା ତାଡି ଦୃର୍ବୁତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ନିଆଳି ଥାନାରେ ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ନିଆଳି ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ଖବର ନେବାରେ ଜଣାପଡ଼ିଛି ଯେ ଟୋଲା ଗୋପୀନାଥପୁର ଗ୍ରାମର କାଞ୍ଚନବାଳା ସେଠୀ କୌଣସି ଏକ କାମରେ ଘରୁ ପଦାକୁ ଯାଇଥିବାବେଳେ ଘରକୁ ଫେରି ଦେଖେ ତ , ଦୁର୍ବୃତ୍ତମାନେ ଘରର ପଛପଟର ଝରକା ତାଡି ଘରେଥିବା ଗଡରେଜ୍ ଆଲମିରା ଭାଙ୍ଗି ଦୁଇଟି ସୁନା ଚେନ, କାନ ଫୁଲ, ରୂପା ମୁଦି ,ବିଭିନ୍ନ ଅଳଙ୍କାର,ନଗଦ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ଜିନିଷ ଲୁଟ୍ କରି ନେଇଯାଇଛନ୍ତି । ଅଦ୍ୟାବଦୀ କୌଣସି ଅପରାଧୀକୁ ପୋଲିସ ଧରିପାରି ନାହିଁ ।

କାଞ୍ଚନବାଳା ସେଠୀଙ୍କ ଘରୁ ୪ ଥର ଚୋରୀ ହୋଇଥିଲେ ମଧ୍ୟ କୌଣସି ଅପରାଧୀଙ୍କୁ ଧରାଯାଇପାରିନାହିଁ ,ସେଥି ନେଇ ପାରିବାର ଲୋକେ ଚିନ୍ତାରେ ଭାଙ୍ଗିପଡିଛନ୍ତି । ଏଣୁ ପୋଲିସ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ କରାଯାଇଅଛି ।

Exit mobile version