ବନ୍ୟା ପ୍ରଭାବିତ ଙ୍କ ପାଖରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କଲେ ଓ ଶୁଖିଲା ଖାଦ୍ୟ ପ୍ରଦାନ କଲେ : ବିଜୁ ଜନତା ଦଳର ନେତା – ଦେବେନ୍ଦ୍ର ଦାସ

ଓଡ଼ିଶା ତାଜା ନିୟୁଜ୍ (୨୯ ଅଗଷ୍ଟ ଶନିବାର ) ଭୁବନେଶ୍ୱର : “ବନ୍ୟା କୁ ଡର ନାହିଁ ବିପଦ ର ସାଥୀ, ବରୀ ମାଟିର ସୁଯୋଗ୍ୟ ସନ୍ତାନ ଆମ ପ୍ରିୟ ନେତା ଶ୍ରୀ ଦେବେନ୍ଦ୍ର ଦାସ ( ଦେବୁଲି ଭାଇ ) ଅଛନ୍ତି ଆମ ସାଥୀରେ” । ଏହି ବାର୍ତ୍ତା ଏବେ ବରୀ ରେ ସାଧାରଣ ଜନତା ଙ୍କ ମହଲ ରେ ଗୁଞ୍ଜରଣ ହେଉଥିବା ଦେଖିବାକୁ ମିଳିଛି । ବନ୍ୟା ଦୁର୍ଦ୍ଦିନ ପରିସ୍ଥିତି ରେ ସାଧାରଣ ଜନତା ଙ୍କ ପାଖରେ ଉପସ୍ଥିତ ରହି ବନ୍ୟା ଜଳ ଘେରରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ବରୀ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ୨୪ ନଂ ଜୋନ୍ ଜିଲ୍ଲାପରିଷଦ ଶ୍ରୀ ଦେବେନ୍ଦ୍ର ଦାସ ।

ଏବେ ବନ୍ୟା ପ୍ରଭାବ ସ୍ଥିର ଅଛି ଓ ଧୀରେ ଧୀରେ ଜଳ ପ୍ରଭାବ କମିବା ଅନୁମାନ କରାଯାଉଛି । ଆଜି ବରୀ ବ୍ଲକର ବିଭିନ୍ନ ସ୍ଥାନ ରେ ପହଞ୍ଚି କିଛି ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ପ୍ରଦାନ କରିଛନ୍ତି ଶ୍ରୀ ଦେବେନ୍ଦ୍ର ଦାସ । ସର୍ବଦା ବିଜୁ ଜନତା ଦଳ ବିପକ୍ଷରେ ଡିଣ୍ଡମ ପିଟି ମିଥ୍ୟା ଆରୋପ ଲଗାଉଥିବା ଦୁଇ ଜାତୀୟ ଦଳର ବରୀ ନେତା ମାନଙ୍କର ଏପର୍ଯ୍ୟନ୍ତ ଦେଖା ଦର୍ଶନ ମିଳିଲା ନାହିଁ ବୋଲି ବରୀ ବ୍ଲକ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ସଦିଚ୍ଛା ସାମଲ ନିଜ ମତ ରଖିଛନ୍ତି ।

ବନ୍ୟା ପ୍ରଭାବ କମିବା ପରେ ଦୁଇ ଜାତୀୟ ଦଳର ନେତା ଆସିବେ ଆପଣ ମାନଙ୍କ ସାମୁଖ୍ୟ କୁ ମିଥ୍ୟା ସହାନୁଭୂତି ଓ କିଛି ରିଲିଫ୍ ଦେବା ନାମ ରେ ବରୀ ରେ ନିଜ ଅସ୍ତିତ୍ଵ ଜାହିର କରିବା ପାଇଁ । ( ରିପୋର୍ଟ ସ୍ୱୟଂ ପ୍ରକାଶ ଦାସ୍ )

Exit mobile version