୧୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲୁଗାଁ :- ରଙ୍ଗ ମହୋତ୍ସବ ଓ ଭାଇଚାରାର ପ୍ରତୀକ ହୋଲି ସବୁଠି ହସଖୁସିର ମାହୋଲ ଭିତରେ ପାଳିତ ହୋଇ ଯାଇଥିବା ବେଳେ ବାଲୁଗାଁ ସ୍ଵର୍ଣ୍ଣ ବିହାର ସାହିର ହୋଲି ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ଏହି ଦିନଟିକୁ ସାହିର ଅଧିବାସୀ ମାନେ ଉତ୍ସାହର ସହ ବହୁ ଦିନ ରୁ ଅପେକ୍ଷା କରି ରହିଥାନ୍ତି । ଆବାଳ ବ୍ରୃଦ୍ଧ ବନିତା ସାତରୁ ସତୁରୀ ସାମୂହିକ ଭାବେ ହୋଲି ରେ ଭାଗ ନେବା ଏହି ସାହିର ବାସିନ୍ଦା ଙ୍କ ହୋଲି ପାଳନର ବିଶେଷତ୍ଵ ।

