ପୁରୀ ରେ ହୋଲି ଖେଳିଲେ ହେମାମାଳିନୀ

୧୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍)  ପୁରୀ  :-  ପୁରୀ ବଡଦାଣ୍ଡ ରେ ଡ୍ରିମଗାର୍ଲ ହେମାମାଳିନୀ ଙ୍କୁ ଦେଖିବାକୁ ମିଳିଥିଲା l ସେ ସକାଳୁପ୍ରଥମେ ଶ୍ରୀମନ୍ଦିର କୁ ଯାଇ ମହାପ୍ରଭୁ ଙ୍କୁ ଦର୍ଶନ କରିଥିଲେ l

ପାର୍ଶ୍ୱ ଦେବାଦେବୀ ଙ୍କୁ ମଧ୍ୟ ଦର୍ଶନ କରିଥିଲେ l ସେଠାରୁ ସେ ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ଙ୍କ ବାସଭବନ ଠାରେ ଜନତା ଙ୍କ ସହ ହୋଲି ଖେଳ ର ମଜା ନେଇଥିଲେ l

ତାଙ୍କ ସହ ଶ୍ରୀ ପାତ୍ର ମଧ୍ୟ ହୋଲି ଖେଳିଥିଲେ l ଶ୍ରୀମନ୍ଦିର ଆଗରେ ଓ ଶ୍ରୀପାତ୍ର ଙ୍କ କଲୋନୀ ରେ ହେମାମାଳିନୀ ଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା l

Exit mobile version