୧୪ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଜଟଣୀ :- ଫାଲ୍ଗୁନ ଆସିଲେ ଆରମ୍ଭ ହୋଇଯାଏ ବସନ୍ତର ବେଗ । ଏହାରି ଭିତରେ ଆରମ୍ଭ ହୁଏ ଦୋଳଯାତ୍ରା । ତେବେ ଦୋଳଯାତ୍ରା ଦୁଇ ସ୍ତରରେ ହୋଇଥାଏ । ଫଗୁ ଦଶମୀରୁ ଦୋଳ ପୂର୍ଣ୍ଣୀମା ଗୋଟିଏ ସ୍ତର ଏବଂ ଦୋଳ ପୂର୍ଣ୍ଣିମା ଠାରୁ ଦଶଦୋଳ ପର୍ଯ୍ୟନ୍ତ ଆଉ ଗୋଟିଏ ସ୍ତର । ତେବେ ପଞ୍ଚୁଦୋଳ ଲାଗି ଓଡ଼ିଶାରେ ପ୍ରସିଦ୍ଧ ଲାଭ କରିଥିବା ଦୋଳ ମେଳଣ ମଧ୍ୟରେ ପୁରୀ ଜିଲ୍ଲା ଡ଼େଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ମେଳଣ, ସେହିପରି ଓଳକଣା ମେଳଣ ଏବଂ ବାଳକାଟି ପଞ୍ଚୁଦୋଳ ମେଳଣ ରହିଥାଏ । ତେବେ ଦୋଳ ପୂର୍ଣ୍ଣୀମା ପର ଠାରୁ ତ୍ରିଦୋଳ, ପଞ୍ଚୁଦୋଳ, ସାତଦୋଳ, ଦଶଦୋଳ ଭଳି ମେଳଣ ରହିଛି ।
