୧୪ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- ସମଗ୍ର ରାଜ୍ୟରେ ଏବେ ଠାରୁ ହିଁ ପ୍ରବଳ ଖରା ସାଙ୍ଗକୁ ଗରମ ବୃଦ୍ଧି ପାଇବାରେ ଲାଗିଛି l ଏହା କନ୍ଧମାଳ ଜିଲ୍ଲାର ସମଗ୍ର ଅଞ୍ଚଳରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଯାତାୟାତ ପଥିକ ମାନଙ୍କ ପାଇଁ ନାରାୟଣ ସେବା କେନ୍ଦ୍ର ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମାଟି ମାଠିଆରେ ପାଣି ରଖି ଥଣ୍ଡା ପାନୀୟ ଜଳ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ବେଦାନ୍ତ କେଶରୀ ସ୍ଵାମୀଲକ୍ଷ୍ମଣା ନନ୍ଦ ସଂସ୍କୃତ କନ୍ୟାଶ୍ରମ ର ପରିଚାଳକ ମୁଖ୍ୟ ସ୍ଵାମୀ ଜୀବନା ମୁକ୍ତାନନ୍ଦ ପୁରୀ ଏହି ଜଳବଣ୍ଟନ ବ୍ୟବସ୍ଥା ର ଶୁଭାରମ୍ଭ କରିଛନ୍ତି ।
