Home ଓଡ଼ିଶା ଗୋଟିଏ ଯୁଗର ଗୁଞ୍ଜରଣ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସ୍ୱତନ୍ତ୍ର ଅଧିବେଶନରେ ଯୋଗଦେଲେ ଡ୍ରିମ୍ ଗାର୍ଲ ସ୍ମରଣୀୟ ଚଳଚ୍ଚିତ୍ର ଓ ଚିରସବୁଜ ନୃତ୍ୟକଳା ସମ୍ପର୍କିତ ଆଲୋଚନା ହେମାଙ୍କ ମୁହଁରେ ତାଙ୍କ କାଳଜୟୀ କଳାକୃତି ଚର୍ଚ୍ଚା ୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- “ମୋ ଅନ୍ତେ ଜଣେ ଉତ୍ତମ ନର୍ତ୍ତକୀ ଓ ଉତ୍କୃଷ୍ଟ କଳାକାର ଭାବରେ ମୁଁ ନିଜ ଲିଗାସୀ ଛାଡ଼ିଯିବାକୁ ଚାହେଁ ।” ଏକ ସ୍ୱତନ୍ତ୍ର ଅଧିବେଶନରେ ଯୋଗଦେବାକୁ କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ଆସିଥିବା ଅବସରରେ ଏକଥା କହିଛନ୍ତି ପ୍ରଖ୍ୟାତ ଅଭିନେତ୍ରୀ, ନିର୍ଦ୍ଦେଶିକା, ପ୍ରଯୋଜିକା, ରାଜନେତା ତଥା ପ୍ରେରଣାଦାୟୀ ନାରୀନେତ୍ରୀ ଶ୍ରୀମତୀ ହେମା ମାଳିନୀ । ଗୁରୁବାର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ “ଇକୋସ୍ ଅଫ୍ ଆନ୍ ଏରା: ହେମା ମାଳିନୀ ରିଫ୍ଲେକ୍ଟସ୍ ଅନ୍ ହର୍ ଆଇକନିକ୍ ଫିଲ୍ମସ୍ ଆଣ୍ଡ୍ ଟାଇମଲେସ୍ ଆର୍ଟିଷ୍ଟ୍ରୀ” ଶୀର୍ଷକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ହେମା ଯେ କୌଣସି ସୃଜନଶୀଳ କ୍ଷେତ୍ରରେ ନିଷ୍ଠା ଏବଂ ଅଧ୍ୟବସାୟର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ କଳା, ଯୋଗାଯୋଗ ଓ ଭାରତୀୟ ଶିକ୍ଷା ବିଭାଗର ଡିନ୍ ତଥା ବିଭାଗୀୟ ମୁଖ୍ୟ ଗୁରୁ ରତିକାନ୍ତ ମହାପାତ୍ର ଡ୍ରିମ୍ ଗାର୍ଲଙ୍କ ସହିତ ତାଙ୍କ ଜୀବନର ବହୁ ଅନାଲୋଚିତ ଅଧ୍ୟାୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାଚକ୍ରରେ ହେମା ସିନେ ଇଣ୍ଡଷ୍ଟ୍ରୀରେ ତାଙ୍କର ପ୍ରାରମ୍ଭିକ ଦିନଗୁଡ଼ିକଠାରୁ ଆରମ୍ଭ କରି ବଲିଉଡ୍ ସୁବର୍ଣ୍ଣ ଯୁଗକୁ ଦିଶା ପ୍ରଦାନ କରିଥିବା ବେଶ୍ କେତୋଟି ଚଳଚ୍ଚିତ୍ରରେ ତାଙ୍କର ପ୍ରାତଃସ୍ମରଣୀୟ ଭୂମିକା ପର୍ଯ୍ୟନ୍ତ ତା’ର ପ୍ରତିଫଳନ, ଚଳଚ୍ଚିତ୍ରର କାହାଣୀ ଏବଂ କଳାତ୍ମକ ଜ୍ଞାନ ସମ୍ପର୍କରେ ଆଲୋଚନା କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଦ୍ୟାର୍ଥୀ, ଅଧ୍ୟାପକ- ଅଧ୍ୟାପିକା ଏବଂ କଳାପ୍ରେମୀ ଏକାଠି ହୋଇ ଏହି କିମ୍ବଦନ୍ତୀ ତାରକାଙ୍କଠାରୁ ଭାରତୀୟ ସିନେମା ଏବଂ ଶାସ୍ତ୍ରୀୟ ନୃତ୍ୟ କ୍ଷେତ୍ରରେ ତାଙ୍କର ଚମତ୍କାର କ୍ୟାରିଅର ବିଷୟରେ ତାଙ୍କରି ମୁହଁରୁ ଶୁଣିବା ପାଇଁ ଏକାଠି ହୋଇଥିଲେ । ଜଣେ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ଭାବରେ ତାଙ୍କର ଯାତ୍ରା ଏବଂ ଶାସ୍ତ୍ରୀୟ ନୃତ୍ୟ କିପରି ତାଙ୍କ ସିନେମା ଅଭିବ୍ୟକ୍ତିକୁ ପ୍ରଭାବିତ କରିଛି ସେ ବିଷୟରେ ମଧ୍ୟ ହେମା କହିଥିଲେ । ଦଶନ୍ଧି ଦଶନ୍ଧି ଧରି ଭାରତୀୟ ସିନେମା କ୍ଷେତ୍ରରେ ହେମାଙ୍କ ଅଲିଭା ସ୍ୱାକ୍ଷରକୁ ଦର୍ଶକମାନେ ତାଙ୍କଠାରୁ ହିଁ ଶୁଣିଥିଲେ । ଏହି ଅବସରରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଡ. ତେଜପ୍ରତାପ ହେମା ମାଳିନୀଙ୍କୁ ଭାରତୀୟ ସିନେମା ଏବଂ ଅଭିନୟ କଳା ପ୍ରତି ତାଙ୍କର ଅମୂଲ୍ୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ, କୁଳସଚିବ ଅନିଲ କୁମାର ଶର୍ମା, କଳା, ଯୋଗାଯୋଗ ଓ ଭାରତୀୟ ଶିକ୍ଷା ବିଭାଗର ଡିନ୍ ତଥା ବିଭାଗୀୟ ମୁଖ୍ୟ ଗୁରୁ ରତିକାନ୍ତ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ସମଗ୍ର କାର୍ଯ୍ୟକ୍ରମ କଳାରେ ସୃଜନଶୀଳତା ଏବଂ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତାକୁ ପୁନର୍ବାର ପ୍ରମାଣିତ କରିଥିଲା l Categories: ଓଡ଼ିଶା, କଟକ, ବାଣିଜ୍ୟ, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026