ବିଧାନସଭା ଅଧିବେଶନ ଆରମ୍ଭରୁ ଅଚଳାବସ୍ଥା : ଗୃହକୁ ବାରମ୍ବାର ମୂଲତବୀ

ବାଚସ୍ପତି ସୁରମା ପାଢ଼ୀ ଗୃହ ମୁଲତବୀ ଚଳାଇବାରେ ସଫଳ ନ ହେବାରୁ ଗୃହକୁ ବାରମ୍ବାର ମୂଲତବୀ ରଖିଥିଲେ।

୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ବିଧାନସଭା ଅଧିବେଶନ ଆରମ୍ଭରୁ ଜାରି ରହିଥିବା ଅଚଳାବସ୍ଥା ଅଜି ମଧ୍ୟ ଗୃହ କାର୍ଯ୍ୟରେ ଦେଖା ଯାଇ ଥିଲା । ଗୃହ କାର୍ଯ୍ୟ ୧୧.୩୦ରେ ଆରମ୍ଭ ହେବା ମାତ୍ରେ ପୂର୍ବ ପରି ବିଜେଡ଼ି ଓ କଂଗ୍ରେସ ବାଚସ୍ପତିଙ୍କ ଆସନ ସମ୍ମୁଖକୁ ଆସି ନାରା ବାଜି ଆରମ୍ଭ କରିଥିଲେ । ବାଚସ୍ପତି ବିରୋଧୀ ଦଳ ସଦସ୍ୟ ମାନଙ୍କୁ ନିଜ ନିଜ ଆସନକୁ ଯିବା ପାଇଁ ଅନୁରୋଧ କରିଥିଲେ ।

ସେ କହି ଥିଲେ ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ଆଲୋଚନା ପାଇଁ ଦିଆଯାଇଥିବା ପ୍ରସ୍ତାବ ଗୁଡିକ ସେ ପାଇଛନ୍ତି ମାତ୍ର ପୋଲାଭରମ ପ୍ରକଳ୍ପ ବାବଦରେ ଏହା ଅଦାଲତରେ ବିଚାରଧୀନ ଥିବା ଯୋଗୁଁ ଗ୍ରହଣ କରିପାରୁ ନାହାଁନ୍ତି।ଏ ସବୁ ଭିତର ବିରୋଧୀ ମାନେ ନିଜ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ହଟ୍ଟଗୋଳ ଜାରି ରଖିଥିଲେ । ବାଚସ୍ପତି ସୁରମା ପାଢ଼ୀ ଗୃହ ମୁଲତବୀ ଚଳାଇବାରେ ସଫଳ ନ ହେବାରୁ ଗୃହକୁ ବାରମ୍ବାର ମୂଲତବୀ ରଖିଥିଲେ ।

Exit mobile version