ରାମଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆମ ସଂସ୍କୃତି ଓ ଆମ ଖେଳନା ଶିବିର 

୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଚାନ୍ଦପୁର :- ରଣପୁର ବ୍ଲକ  ଅନ୍ତର୍ଗତ   ଚାନ୍ଦପୁର ରାମଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟ ସଭା ଗୃହ ପରିସରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ହାତତିଆରି ଖେଳନା ଓ ବିଭିନ୍ନ ଶିକ୍ଷଣସାମଗ୍ରୀ  ହସ୍ତଶିଳ୍ପ ଗୁଡିକୁ ପ୍ରଦର୍ଶନ କରାଯାଇଥିଲା. ଏହିମେଳା ଉତ୍ସବରେ ପ୍ରଧାନଶିକ୍ଷକ ପଦ୍ମ ଚରଣ ବିଶ୍ୱାଳ ସଭାପତିତ୍ୱ କରିବା ସହିତ ମଂଚାସୀନ ଅତିଥି ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦେବୀ.

ପରିଚାଳନା କମିଟି ଚେୟାରମ୍ୟାନ ବଦ୍ରି ନାରାୟଣ ଚୌଧୁରୀ, ମୋ ସ୍କୁଲ କମିଟି ସଭ୍ୟ ତଥା ଶିକ୍ଷାବିତ୍ ରବୀନ୍ଦ୍ର କୁମାର ନାୟକ ସରପଞ୍ଚ ରଂଜିତା ସେନାପତି ସମିତି ସଭ୍ୟା ଦିପ୍ତିମୟୀ ବେହେରା ପ୍ରମୁଖ ଙ୍କୁ ପ୍ରଧାନ ଶିକ୍ଷକ ସମ୍ବର୍ଦ୍ଧିତ କରିଥିଲେ. ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ତିଆରି ହୋଇଥିବା ଶିକ୍ଷଣ ସାମଗ୍ରୀଗୁଡିକୁ ଅତିଥିମାନେ ବୁଲି ଦେଖୁଥିଲେ.

କୃତିତ୍ୱ ହାସଲ କରିଥିବା ନବେ ଜଣ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା. ପ୍ରଦ୍ୱୀପ ପ୍ରଜ୍ୱଳନ, ସ୍ୱାଗତ ସଂଗୀତ ପରେ ଅତିଥିମାନେ ସଂସ୍କୃତି ସହିତ ଶିକ୍ଷାଦାନ ର ସମ୍ପର୍କ ଅତି ନିବିଡ ବୋଲି ପ୍ରକାଶ କରିଥିଲେ. ସୁନ୍ଦର ନୃତ୍ୟ ସହିତ ରବୀନ୍ଦ୍ର ସାର ଗୀତ ନାଚ ଅଭିନୟ ରେ ପିଲାମାନଙ୍କୁ ସାମିଲ କରି କାର୍ଯ୍ୟ କ୍ରମକୁ ସରସ ସୁନ୍ଦର କରିଥିଲେ. ଶିକ୍ଷୟିତ୍ରୀ ପ୍ରେମଲତା ଜାଲି, ରୋଜାଲିନ, ସୁକାନ୍ତି, ରଶ୍ମିତା, ମିନାକ୍ଷୀ ସମେତ ସମସ୍ତେ ସହଯୋଗ କରିଥିଲେ।

Exit mobile version