୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ନୂଆଦିଲ୍ଲୀ ଠାରେ ଆଜି ଏଏସ୍ଆଇ ର ମହାନିର୍ଦ୍ଦେଶକ ଡ. ୟଦୁବୀର ସିଂହ ରାୱତଙ୍କ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ. ଅରବିନ୍ଦ ପାଢୀ ରତ୍ନଭଣ୍ଡାର କାର୍ଯ୍ଯ ସଂପର୍କରେ ଏହି ବିସ୍ତୃତ ଆଲୋଚନା କରିଛନ୍ତି । ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ଯ ନେଇ ମୁଖ୍ଯ ପ୍ରଶାସକ ଏଏସ୍ଆଇ କୁ ଧନ୍ୟବାଦ ଅର୍ପଣ କରିବା ସହ ଠିକଣା ସମୟରେ କାର୍ଯ୍ଯ ସମାପନ ନେଇ ଗୁରୁତ୍ବାରୋପ କରିଥିଲେ। ସେହିପରି ପାର୍ଶ୍ବ ମନ୍ଦିର ଗୁଡିକ ମରାମତି ନେଇ ମଧ୍ଯ ଆଲୋଚନା ହୋଇଥିଲା।

