Home ଓଡ଼ିଶା ଏନସିସି ଦ୍ଵାରା ସଚେତନତା ସାଇକଲ ଶୋଭାଯାତ୍ରା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟ ଅନ୍ତର୍ଗତ କଟକ ଗ୍ରୁପ ଜାତୀୟସମର ଶିକ୍ଷାର୍ଥୀ ବାହିନୀ ଆନୁକୁଲ୍ୟରେ ସାରା ରାଜ୍ୟରେ ସଚେତନତା ଏବଂ ସାମାଜିକ ଦାୟିତ୍ୱବୋଧ କୁ ପ୍ରୋତ୍ସାହିତ କରିବା ପାଇଁ ଏକ ବୃହତ ସାଇକଲ ରାଲି ର ଉଦଘାଟନ ସମାରୋହ ପୁରୀ ଜିଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ପୂର୍ବାହ୍ନରେ କଟକ ଏନସିସି ଗ୍ରୁପର ଗ୍ରୁପ କମାଣ୍ଡର କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବରେ କର୍ଣ୍ଣେଲ ସ୍ୱାଇଁ,ସମ୍ମାନିତ ଅତିଥି ଭାବେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗଦେଇ ପତାକା ପ୍ରଦର୍ଶନ କରି କ୍ୟାଡେଟ ମାନଙ୍କୁ ଉତ୍ସାହିତ କରି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମେଜର ଆଶୁତୋଷ ତ୍ରିପାଠୀ, ଲେଫ୍ଟନାଣ୍ଟ ଅନିଲ କୁମାର, ସଞ୍ଜୀବ ଦେୱ୍ବାନ,ଜେ ବି ସିଂହ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପଶ୍ରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସାଇକେଲ ଯାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଚଳିତ ମାର୍ଚ୍ଚ ମାସ ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ୨୦ ଦିନ ବ୍ୟାପୀ ଓଡିଶାର ୧୫ଟି ଜିଲ୍ଲା ପରିକ୍ରମା କରି ଆସନ୍ତା ଏପ୍ରିଲ ମାସ ୨ ତାରିଖରେ କଟକ ଏନସିସି ଗ୍ରୁପ୍ ମୁଖ୍ୟାଳୟରେ ଠାରେ ପହଞ୍ଚି ଉଦଯାପିତ ହେବ lପ୍ରଥମ ଓଡ଼ିଶା ମେଡିକାଲ କମ୍ପାନୀ ଏନସିସିର କମାଣ୍ଡିଂ ଅଫିସର ମେଜର ଆଶୁତୋଷ ତ୍ରିପାଠୀ, ୨୦ ଜଣ ଏନସିସି କ୍ୟାଡେଟ ଏବଂ ୧୦ ଜଣ ଏନସିସି କର୍ମଚାରୀଙ୍କୁ ନେଇ ଏହି ସାଇକଲ ଶୋଭାଯାତ୍ରା ସଡ଼କ ସୁରକ୍ଷା ସଚେତନତା, ପରିବେଶ ସଂରକ୍ଷଣ, ସାଇବର ସୁରକ୍ଷା, ମହିଳା ସଶକ୍ତିକରଣ, ନିଶା ନିବାରଣ ସଚେତନତା , ଏନସିସି ତଥା ସଶସ୍ତ୍ର ବାହିନୀରେ ନିଯୁକ୍ତିସୁଯୋଗ ବିଷୟରେ ପ୍ରଚାର ପ୍ରସାର କରିବା ସହ ଯୁବ ଶକ୍ତି ଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛି। କ୍ୟାଡେଟମାନେ ଦୀର୍ଘ ୮୫୦ କିଲୋମିଟର ଦୂରତା ଅତିକ୍ରମ କରି, ରାଜ୍ୟର ପ୍ରମୁଖ ସହର ମାନଙ୍କରେ ଆୟୋଜିତ ହେବାକୁ ଥିବା ଆଲୋଚନା ସଭାରେ ଯୋଗଦେଇ ଛାତ୍ର, ଯୁବକ ଏବଂ ସ୍ଥାନୀୟ ସମ୍ପ୍ରଦାୟ ସହିତ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛିl ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ , ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ପୋଲିସ କର୍ତ୍ତୃପକ୍ଷଙ୍କ ମିଳିତ ସମନ୍ୱୟରେ ପରିଚାଳିତ ହେଉଛି, ଯାହା ଯାତ୍ରା ସମୟରେ ସୁରକ୍ଷା,ଚିକିତ୍ସା ଏବଂ ପ୍ରଶାସନିକ ସହାୟତା ସୁନିଶ୍ଚିତ କରିବ । ସାମାଜିକ ସେବା, ସମର୍ପଣ ମନୋଭବ ଏବଂ ପ୍ରତିବଦ୍ଧତା ପାଇଁ କ୍ୟାଡେଟମାନଙ୍କୁ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯିବ । ଏହି ପଦକ୍ଷେପ ବିଷୟରେ କହିବାକୁ ଗଲେ, ଏନସିସି କଟକର ଗ୍ରୁପ୍ କମାଣ୍ଡର କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁ କହିଛନ୍ତି, “ଏହି ସାଇକ୍ଲୋଥନ୍ କେବଳ ଏକ ଯାତ୍ରା ନୁହେଁ; ଏହା ସମ୍ପ୍ରଦାୟକୁ ପ୍ରେରଣା, ଶିକ୍ଷିତ ଏବଂ ସଶକ୍ତ କରିବା ପାଇଁ ଏକ ମିଶନ । “କ୍ୟାଡେଟ ମାନେ ଏନସିସି ର ସେବା, ଶୃଙ୍ଖଳା ଏବଂ ନେତୃତ୍ୱର ମନୋଭାବକୁ ପ୍ରତିପାଦନ କରୁଛନ୍ତି । “ଏହି କାର୍ଯ୍ୟକ୍ରମ ନାଗରିକ, ଅନୁଷ୍ଠାନ ଏବଂ ସରକାରୀ ସଂସ୍ଥା ମାନଙ୍କଠାରୁ ଅତ୍ୟନ୍ତ ପ୍ରଶଂସା ପାଇଛି । ଏନସିସି କ୍ୟାଡେଟ ମାନନଙ୍କ ଅଟଳ ସମର୍ପଣ ସହିତ, ମେଗା ସାଇକ୍ଲୋଥନ୍ ଓଡିଶାର ଯୁବପିଢ଼ିଙ୍କ ଉପରେ ଏକ ସ୍ଥାୟୀ ପ୍ରଭାବ ପକାଇବ, ଯାହା ରାଷ୍ଟ୍ର ନିର୍ମାଣ, ଶୃଙ୍ଖଳା ଏବଂ ସାମାଜିକ ସଚେତନତାର ମୂଲ୍ୟବୋଧକୁ ସୁଦୃଢ଼ କରିବ।କାର୍ଯ୍ୟକ୍ରମ କୁ ଲେଫ୍ଟନାଣ୍ଟ ମଞ୍ଜୁଲତା ମାହାଲି ଓ ଫାଷ୍ଟ ଅଫିସର ଶୋଭାମଣୀ ସ୍ବାଇଁ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ,ଏନସିସି ଅଧିକାରୀ ମାନେ ପରିଚାଳନା କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଅବକାରୀ ବିଭାଗର ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଚଢାଉ, ବିପୁଳ ପରିମାଣର ମଦ ଜବତ by Proprietor Abhimanyu Maharana August 6, 2026 ନୋତର ଗ୍ରାମ ପଞ୍ଚାୟତରେ ମିଶ୍ରଣ ପର୍ବ : ବିଜେଡି କର୍ମୀ ବିଜେପିରେ ସାମିଲ by Proprietor Abhimanyu Maharana August 6, 2026 ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ବାଲିଗୁଡା ଓ ସିପାଞ୍ଜିରୀ ଦଳ ବିଜୟୀ by Proprietor Abhimanyu Maharana August 6, 2026 ମାନବିକତା ଦେଖାଇଲେ ମାନ୍ୟବର ବିଚାରପତି ଗୁରୁ ଦୟାଲ ହଂସ ଙ୍କ ରିପୋର୍ଟ by Proprietor Abhimanyu Maharana August 6, 2026 ଓଡ଼ିଶାର ପ୍ରଥମ ମହିଳା ପର୍ବତାରୋହୀ ଦଳର ୟୁନାମ ଶିଖରକୁ ଐତିହାସିକ ଯାତ୍ରା by Proprietor Abhimanyu Maharana August 6, 2026 Odisha’s Women Set Their Sights on Mount Yunam by Proprietor Abhimanyu Maharana August 6, 2026