Home ଓଡ଼ିଶା ସମୁଦ୍ରକୂଳ ବାଲିବନ୍ତ ସଫା କରିଦେଲେଣି ବାଲିମାଫିଆ ସହରକୁ ମାଡି ଆସିବ ସମୁଦ୍ର ଚିନ୍ତାରେ ପରିବେଶବିତ୍ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ସମୁଦ୍ରକୂଳେ ଓ ପୁରୀ ସହର ଚାରିପଟେ ପ୍ରାକୃତିକ ଉପାୟରେ ଗଢି ଉଠିଥିବା ବାଲିବନ୍ତ ଶେଷ ହେବାକୁ ବସିଲାଣି । କୋଣାର୍କ ଠାରୁ ବେଲେଶ୍ୱର, ନୂଆନଇ ଠାରୁ ଷ୍ଟର୍ଲିନ ମୁହାଣ ଠାରୁ ବାଲି ହରଚଣ୍ଡି ବନ୍ତ ପର୍ଯ୍ୟନ୍ତ ବାଲିମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି । ପ୍ରତିଦିନ ଦୁଇ ହଜାରରୁ ଉର୍ଦ୍ଧ୍ବ ଟ୍ରାକ୍ଟର ବାଲି ବୋହି ନେଉଥିବା ବିଭିନ୍ନ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି । ଧର୍ମକୁ ଆଖିଠାର ପରି ବିଭିନ୍ନ ଥାନା ଅଞ୍ଚଳରେ ଗୋଟିଏ ଦୁଇଟି ଟ୍ରାକ୍ଟର ଜବତ କରି ପ୍ରଚାର ପ୍ରସାର କରୁଥିବା ଘଟଣା ପରିବେଶବିତ ନାପସନ୍ଦ କରିଛନ୍ତି । ମଙ୍ଗଳଘାଟ ବ୍ରିଜ ଠାରୁ ଷ୍ଟର୍ଲିନ ମୁହାଣ ପର୍ଯ୍ୟନ୍ତ ବାଲିକୁଦ ଆଉ ଦେଖିବାକୁ ମିଳୁନାହିଁ । ଷ୍ଟର୍ଲିନ ବ୍ରିଜ ଆଳରେ ପ୍ରାୟ ୫ ହଜାର ଟ୍ରକ ବାଲି ସଫା ହୋଇଯାଇଥିବା ଶୁଣିବାକୁ ମିଳୁଛି । ହୁଡୁକୋ ରୋଡ ଦୁଇ ପାର୍ଶ୍ବ ଓ ଗିରଳ ସ୍ଲୁଲ ପଛ ପଟ ରାସ୍ତାରେ ପ୍ରତିଦିନ ରାତିରେ ଶହ ଶହ ଟ୍ରାକ୍ଟର ବାଲି ଚୋରାଚାଲାଣ ହେଉଥିବା ଅଞ୍ଚଳବାସୀ କହୁଛନ୍ତି । ଆଇଟିଆଇ ଛକ ଠାରୁ ଭୂଦାନ ଛକ, ଭୂଦାନ ଛକ ଠାରୁ ନୂଆନଇ ପର୍ଯ୍ୟନ୍ତ ଜଙ୍ଗଲ ଭିତରୁ ଖାଲ କରି ବାଲି ବୋହି ନେଇ ଯିବା ଫଳରେ ସେଠାରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଖଣି ଅଧିକାରୀ ଶୀତତାପ ନିୟନ୍ତ୍ରିତ ଘରେ ଜିଲ୍ଲାର ବିଭିନ୍ନ ଆଡେ ବାଲି ଚୋରି ରୋକିବାରେ ଅସମର୍ଥ ହେଉଥିବା ଅଭିଯୋଗ ହେଉଛି । ରାମଚଣ୍ଡୀ ଲିଆଖିଆ ବ୍ରିଜ ନିକଟରୁ ବାଲି ବୋହି ନେଇ ଯିବା ଫଳରେ ବ୍ରିଜ ଦୁର୍ବଳ ହେବା ସହ ନଦୀ ପାଣି ଜଙ୍ଗଲ ଭିତରକୁ ପ୍ରବେଶ କରୁଛି । ସଲା ସୁତରା ଓ ସାଲିସରେ ଚେକିଂ ଚାଲିଥିବାରୁ ବାଲିମାଫିଆ ମାନେ ଟ୍ରାକ୍ଟର ପ୍ରତି ବାଲି ଦର ବଢ଼ାଇ ଦେଲେଣି । ଏପରିକି ସମୁଦ୍ରକୂଳରୁ ମଧ୍ଯ ଅଖାରେ ବାଲି ଭର୍ତ୍ତି କରି ବିଭିନ୍ନ ଗୋଦାମରେ ଥିବା ନଦୀ ବାଲିରେ ମିଶିଯାଉଛି । ସମୁଦ୍ରକୂଳରୁ ବାଲିବନ୍ତ ଖୋଳା ଯିବାରୁ ସମୁଦ୍ରର ଉଚ୍ଚ ଜୁଆର ପୁରୀ ସହର ପ୍ରତି ବିପଦ ସୃଷ୍ଟି କରିବ ବୋଲି ପରିବେଶବିତ ମାନେ କହିଲେଣି । ତହସିଲ ଅଧିକାରୀ, ରାଜସ୍ବ ନିରୀକ୍ଷକ, ଖଣି ଅଧିକାରୀ ଓ ପୋଲିସ ନୀରବଦ୍ରଷ୍ଟା ପାଲଟିବାରୁ ବାଲିମାଫିଆଙ୍କ ଉତ୍ପାତ ବଢିବାରେ ଲାଗିଛି । ଦୀପ ତଳ ଅନ୍ଧାର ପରି ବିଭିନ୍ନ ଥାନା ନିକଟରୁ ମଧ୍ଯ ବାଲି ଚୋରି ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ କହୁଛନ୍ତି । ଏପରିକି କେତେକ ଟ୍ରାକ୍ଟର ର ଗାଡି ନମ୍ବର ନଥିବା ବେଳେ ଡ୍ରାଇଭରଙ୍କ ଡିଏଲ ନଥିବା ଅଭିଯୋଗ ହେଉଛି । କେବଳ ପ୍ରଚାର ପ୍ରସାର ପାଇଁ ବାଲି ଟ୍ରାକ୍ଟର ଜବତ କରାଯାଉଥିବା ବେଳେ ରାତିରେ ଅନେକ ଟ୍ରାକ୍ଟର ବୁଲୁଥିବା ଅଭିଯୋଗ ହେଉଛି । ଏଠାରେ ନିୟୋଜିତ ଖଣି ଅଧିକାରୀ ପୁରୀ ମହୁ ମିଠା ନୀତିରେ ଚୁପ ବସିଥିବା ଜନତା କହୁଛନ୍ତି । ସମୁଦ୍ରକୂଳ ଅଞ୍ଚଳରେ ବଡ ବଡ ହୋଟେଲ ନିର୍ମାଣ ଯୋଗୁ ସେଠାରୁ ଉତ୍ତୋଳନ ହେଉଥିବା ବାଲି ଯୋଗୁ ଭୂତଳରେ ଚାପ ସୃଷ୍ଟି ହେଉଛି । ସହରର ଚାରିପଟେ ହଜାର ହଜାର କୋଠାଘର ନିର୍ମାଣ ପାଇଁ ରାତାରାତି ହଜାର ହଜାର ଟ୍ରାକ୍ଟର ରଫ ବାଲି ବ୍ଯବହୃତ ହେଉଛି । ସେହି ରଫ ବାଲି କେଉଁଠୁ ଆସୁଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭିନ୍ନ ଥାନା ଅଞ୍ଚଳରେ ବାଲି ଚୋରାଚାଲାଣ ରୋକା ନଗଲେ ପୁରୀ ପ୍ରତି ମହାବିପତ ସୃଷ୍ଟି ହେବ ବୋଲି ପରିବେଶବିତ୍ ଭବିଷ୍ୟବାଣୀ କଲେଣି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଅବକାରୀ ବିଭାଗର ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଚଢାଉ, ବିପୁଳ ପରିମାଣର ମଦ ଜବତ by Proprietor Abhimanyu Maharana August 6, 2026 ନୋତର ଗ୍ରାମ ପଞ୍ଚାୟତରେ ମିଶ୍ରଣ ପର୍ବ : ବିଜେଡି କର୍ମୀ ବିଜେପିରେ ସାମିଲ by Proprietor Abhimanyu Maharana August 6, 2026 ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ବାଲିଗୁଡା ଓ ସିପାଞ୍ଜିରୀ ଦଳ ବିଜୟୀ by Proprietor Abhimanyu Maharana August 6, 2026 ମାନବିକତା ଦେଖାଇଲେ ମାନ୍ୟବର ବିଚାରପତି ଗୁରୁ ଦୟାଲ ହଂସ ଙ୍କ ରିପୋର୍ଟ by Proprietor Abhimanyu Maharana August 6, 2026 ଓଡ଼ିଶାର ପ୍ରଥମ ମହିଳା ପର୍ବତାରୋହୀ ଦଳର ୟୁନାମ ଶିଖରକୁ ଐତିହାସିକ ଯାତ୍ରା by Proprietor Abhimanyu Maharana August 6, 2026 Odisha’s Women Set Their Sights on Mount Yunam by Proprietor Abhimanyu Maharana August 6, 2026