ଇସି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର

୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ  :-  ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ହିଞ୍ଜିଳିକାଟୁ ଶାଖା ପକ୍ଷରୁ ୪ଦଫା ଦାବି ପୂରଣ ନେଇ ଶୁକ୍ରବାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନଙ୍କୁ ପ୍ରଦାନ କରାଯାଇଛି। ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିରେ କାର୍ଯ୍ୟରତ ସଂଘର ସମସ୍ତ ଇସି ସଦସ୍ୟ ସହର ପରିକ୍ରମା କରି ହିଞ୍ଜିଳିକାଟୁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଇସି ସଦସ୍ୟଙ୍କୁ ରିଷ୍ଟ୍ରକ୍ଚରିଙ୍ଗ ଆଦେଶନାମା ପ୍ରତ୍ୟାହାର ଦାବି ଉପସ୍ଥାପନ କରିଥିଲେ।

ସଂଘ ଦାବି ପୂରଣ ପୂରଣ ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ସ୍ୱାକ୍ଷର ସମ୍ବଳିତ ୪ ଦଫା ଦାବିପତ୍ର ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ଦାବି ମଧ୍ୟରେ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ ଇସି ସଦସ୍ୟଙ୍କ ରିଷ୍ଟ୍ରକ୍ଚରିଙ୍ଗ ବନ୍ଦ କରିବା, ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଇ ବକେୟା ଭତ୍ତା ପ୍ରଦାନ କରିବା,

କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ୫ବର୍ଷିଆ ଚୁକ୍ତି ବାତିଲ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଓ ମିଶନ ଶକ୍ତି ବିଭାଗ ସମସ୍ତ ମହିଳାଙ୍କ ଜୀବିକା ଅର୍ଜ୍ଜନର ରାହାକୁ ସୁନିଶ୍ଚିତ କରିବା ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ମାସିକ ୧ହଜାର ଟଙ୍କା ହାରରେ ମହିଳା ସଶକ୍ତିକରଣ ଭତ୍ତା ନିଯମିତ ପ୍ରଦାନ ବ୍ୟବସ୍ଥା କରିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ବେଳେ ସଂଘ ସଭାପତି ରଶ୍ମିତା ବେହେରାଙ୍କ ନେତୃତ୍ବରେ ଶର୍ମିଲା ରାଉଳ, ସବିତା ପ୍ରଧାନ, ଏ ସୁଶୀଳା ପାତ୍ର, ଦ୍ରୌପଦୀ ମୁର୍ମୁ, ସୁକାନ୍ତି ପ୍ରଧାନ ଓ ଡି ଦମୟନ୍ତୀ ପ୍ରମୁଖଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।

Exit mobile version