ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକଙ୍କ ଦ୍ୱାରା ପାଞ୍ଚଜଣ ରେଳ କର୍ମଚାରୀ ସୁରକ୍ଷା ପୁରସ୍କାରରେ ସମ୍ମାନିତ

୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ  :- ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍. ବାଜୱା, କର୍ତ୍ତବ୍ୟ ସମୟରେ ଅନୁକରଣୀୟ ସତର୍କତା, ଟ୍ରେନ ଗୁଡ଼ିକର ସୁରକ୍ଷିତ ଏବଂ ଦକ୍ଷ ପରିଚାଳନା ସୁନିଶ୍ଚିତ କରିବା ପାଇଁ, ଡିଭିଜନର ପାଞ୍ଚ ଜଣ ରେଳ କର୍ମଚାରୀଙ୍କୁ ସୁରକ୍ଷା ପୁରସ୍କାରରେ ସମ୍ମାନିତ କରିଛନ୍ତି।

ଏହି ସମ୍ବର୍ଦ୍ଧନା ସମାରୋହ ଡିଆରଏମ୍ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜନ କରାଯାଇଥିଲା।ଏହି ଅବସରରେ, ଖୋର୍ଦ୍ଧାରୋଡ଼ର ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ,ଶ୍ରୀ ନମୋ ନାରାୟଣ ମୀନା ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତଥିଲେ।

ଶ୍ରୀ କଁପାନୀ ସେଠୀ ଟ୍ରାକ ମେଣ୍ଟେନର ହିନ୍ଦୋଳ,ଶ୍ରୀ ପ୍ରମୋଦ କୁମାର ମଣ୍ଡଳ, ଟ୍ରାକ ମେଣ୍ଟେନର ବୁଢ଼ାପଙ୍କ,ଶ୍ରୀ ଅମରେଶ ବେହେରା, ଟିପିଏମ୍ (ବି) ସଦାଶିବପୂର୍, ଶ୍ରୀ କୈଳାଶ ଚନ୍ଦ୍ର ବାରିକ, ସଂଟିଂ ମାଷ୍ଟର ପୁରୀ ଏବଂ ଶ୍ରୀ ଶକ୍ତି ପ୍ରସାଦ ସାହୁ,ଟିପିମ୍ (ଏ) କାମାକ୍ଷାନଗର, ମଣ୍ଡଳ ରେଳ ପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି।

ଶ୍ରୀ ଏଚ୍.ଏସ୍. ବାଜୱା,ଏହି ରେଳ କର୍ମଚାରୀଙ୍କ ଅବିସ୍ମରଣୀୟ ଉତ୍ସର୍ଗକୁ ପ୍ରଶଂସା କରିଥିଲେ ଏବଂ ସମସ୍ତ ରେଳ କର୍ମଚାରୀଙ୍କୁ କର୍ତ୍ତବ୍ୟ ପାଳନ କରିବା ସମୟରେ ସତର୍କ,ସଜାଗ ଏବଂ ସେମାନଙ୍କର ଦାୟିତ୍ୱ ପ୍ରତି ସମର୍ପିତ ରହିବାକୁ ଅନୁରୋଧ କରିଥିଲେ।

Exit mobile version