Home ଓଡ଼ିଶା ବେକରେ ଚୁନୀ ଦେଇ ନାବାଳିକା ର ଆତ୍ମହତ୍ୟା – ଅନ୍ ଲାଇନ ଗେମ ହେଲା କାଳ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାମନାଗୁଡା :- ରାୟଗଡା ଜିଲ୍ଲା ରାମନାଗୁଡା ଥାନା ସଦର ମହକୁମାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମିଳିଥିବା ସୂଚନା ଅନୁଯାୟୀ ରାମନାଗୁଡା ବ୍ଲକ ଅନ୍ତର୍ଗତ ପାରୀକ୍ଷିତି ପଞ୍ଚାୟତ ଅଧିନସ୍ଥ ଗଣପତିଗୁଡ଼ାରେ ବାସ କରୁଥିବା ସାଇନା ସାହୁ(ଟିନା),ନାମକ ୧୫ ବର୍ଷ ବୟସ ନାବାଳିକା ନିଜ ଜେଜେମାଙ୍କ ସହ ରହୁଥିଲା ।ନାବାଳିକା ଜଣଙ୍କ ପ୍ରତ୍ୟେକ ଦିନ ମୋବାଇଲରେ ଅନ୍ ଲାଇନ ଗେମ ଖେଳି ଲକ୍ଷାଧିକ ଟଙ୍କା ନଷ୍ଟ କରୁଥିବା ବେଳେ ଆତ୍ମହତ୍ୟା କରିବା ଦିନ ମଧ୍ୟ ମୋବାଇଲରେ ଅନ୍ ଲାଇନ ଗେମ ଖେଳି ସବୁ ଟଙ୍କା ଖର୍ଚ୍ଚ କରି ସାରିଥିଲା । ପରିବାର ଲୋକେ ଅନ୍ ଲାଇନ ଗେମ ନ ଖେଳିବାକୁ ବାରମ୍ବାର ତାଗିଦ କରିବା ସତ୍ତ୍ୱେ ଘର ଲୋକଙ୍କ କଥା ଶୁଣି ନଥିଲା ମୃତ ନାବାଳିକା । ଶେଷରେ ପୁଣି ଥରେ ମୋବାଇଲ ରେ ଗେମ ଖେଳିବା ନିମନ୍ତେ ଟଙ୍କା ନଥିବା ଓ ଖେଳିଥିବା ଟଙ୍କା ନ ମିଳିବାରୁ ବେକରେ ଚୁନୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ବଡ଼ ଭାଇର ଝିଅ ସାଇନା ସାହୁ ବୁଧବାର ଦିନ ସନ୍ଧ୍ୟା ସମୟରେ ପିଉସୀ ଲିଲି ପଟନାୟକ ନାବାଳିକା ଝିଆରୀ ସାଇନା ସାହୁ(ଟିନା) ବେକରେ ଚୁନୀ ଦେଇ ଆତ୍ମହତ୍ୟା କରିଥିବା ଘଟଣା ସମ୍ପର୍କରେ ରାମନାଗୁଡା ଥାନା ଅଧିକାରୀ ଙ୍କ ନିକଟରେ ଅଭିଯୋଗ ପତ୍ର ଦାୟର କରିଥିଲେ। ମିଳିଥିବା ଖବର ଅନୁସାରେ ସାଇନା ସାହୁ(ଟିନା) ଜେଜେ ମାଁ ଙ୍କୁ ଶୌଚ ହେବା ପାଇଁ ଘର ପଛପଟେ ଥିବା ଶୌଚାଳୟ କୁ ଯାଇଥିଲା । ସେଠାରୁ ଦୀର୍ଘ ସମୟ ପରେ ମଧ୍ୟ ନଫେରିବାରୁ ଜେଜେ ମାଁ ଯାଇ ଦେଖିଥିଲେ ସେଠାରୁ ତାକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ ବୋଲି ଜଣାପଡିଛି । ଅଭିଯୋଗ ପାଇବା ପରେ ଏହି ସମସ୍ତ ପ୍ରକାର ଘଟଣା କୁ ଭିତ୍ତିକରି ଗୁଣୁପୁର ଏସଡିପିଓ ବାବୁଲି ନାୟକ ,ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ରାମନାଗୁଡା ଥାନା ଅଧିକାରୀ ସୁନିତା ବେହେରା ,ଏଏସଆଇ ପୃଥ୍ୱୀରାଜ ଝଙ୍କାର, ଜଗନ୍ନାଥ ବେହେରା,ରାମନାଗୁଡା ରାଜସ୍ୱ ନିରୀକ୍ଷକ ମମତା ରାଣୀ ଖଞ୍ଜା ଘଟଣା ସ୍ଥଳରେ ପହଞ୍ଚି ରାୟଗଡା ସାଇଣ୍ଟିଫିକ ଟିମ ସହାୟତାରେ ଆତ୍ମହତ୍ୟାର ସମସ୍ତ ଦିଗରୁ ଯାଞ୍ଚ କରିଥିଲେ । ଏହି ସମୟରେ ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହି ଘଟଣା ର ତଦନ୍ତ ଜାରି ରଖିବା ସହିତ ରାମନାଗୁଡା ଥାନାରେ ୟୁଡି କେସ ନମ୍ବର ୦୧/୨୦୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏଏସଆଇ ଝଙ୍କାର ଙ୍କୁ ଏହାର ତଦନ୍ତ ଦାଇତ୍ୱ ପ୍ରଦାନ କରାଯାଇଥିବା ବେଳେ ଗୁଣୁପୁର ଠାରେ ଶବ ବ୍ୟବଚ୍ଛେଦ କରି ସାରିବା ପରେ ପରିବାର ଲୋକ ଙ୍କୁ ମୃତ ଶରୀର ହସ୍ତାନ୍ତର କରାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ର ସତ୍ୟାସତ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ଶ୍ରୀମତୀ ବେହେରା କହିଛନ୍ତି । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ by Proprietor Abhimanyu Maharana September 11, 2026 ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ by Proprietor Abhimanyu Maharana September 11, 2026 ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା by Proprietor Abhimanyu Maharana September 11, 2026 ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର by Proprietor Abhimanyu Maharana September 11, 2026 ଚେସ କର୍ମକର୍ତ୍ତା ତାରୁନ ଖାଁଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା by Proprietor Abhimanyu Maharana September 11, 2026 ନୟାଗଡ଼ରେ ୮ ଶିକ୍ଷକଙ୍କୁ ରୋଟାରୀ ନେସନ ବିଲ୍ଡର ସମ୍ମାନ by Proprietor Abhimanyu Maharana September 11, 2026