Home ଓଡ଼ିଶା ଆଦର୍ଶ ଶିଶୁ ନିକେତନର ଛାତ୍ରୀ ଶୁଭସ୍ମିତା ବ୍ଲକର ବୃତ୍ତି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ଗୌରବ ଆଣିଲେ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିପାଟଣା :- ଭୁବନେଶ୍ୱର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଧିନସ୍ଥ ବନମାଳୀପୁର ସ୍ଥିତ ଆଦର୍ଶ ଶିଶୁ ନିକେତନର ୩ୟ ଶ୍ରେଣୀର ଛାତ୍ରୀ ଶୁଶ୍ରୀ ଶୁଭସ୍ମିତା ପ୍ରିୟଦର୍ଶିନୀ ସାହୁ ବ୍ଲକରେ ସର୍ବୋଚ୍ଚ ନମ୍ବର ରଖି ବୃତ୍ତି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ସେ ବ୍ଲକର ସର୍ବୋଚ୍ଚ ୭୦ ନମ୍ବର ରଖି ଥିବା ବେଳେ ଛାତ୍ର ଶ୍ରୀମାନ୍ ରୁଦ୍ରନାରାୟଣ ବେହେରା ମଧ୍ୟ ୫୮ ନମ୍ବର ରଖି ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ଶିଶୁ ନିକେତନର ୫ମ ଶ୍ରେଣୀର ଛାତ୍ରୀ ଶୁଭଲକ୍ଷ୍ମୀ ଦାସ ମଧ୍ୟ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଦର୍ଶ ଶିଶୁ ନିକେତନ ବିଦ୍ୟାଳୟ ଏହି ସଫଳତା ପାଇଁ ଅଭିଭାବକ ଓ ଶୁଭେଚ୍ଛୁ ମାନେ ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ଓ ଛାତ୍ର ,ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରତି ବର୍ଷ ଏହି ବିଦ୍ୟାଳୟ ୩ୟ ଓ ୫ମ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ କ୍ରମାଗତ ବୃତ୍ତି ପାଇ ବିଦ୍ୟାଳୟ ଗୌରବ ବୃଦ୍ଧି କରିଥାନ୍ତି । ଖାଲି ବୃତ୍ତି ପରୀକ୍ଷା ନୁହେଁ ଆଦର୍ଶ ଶିଶୁ ନିକେତନ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ ମଧ୍ଯ ଛାତ୍ର ଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରି ଗୌରବ ଆଣିଛନ୍ତି । ଏହି ଆଦର୍ଶ ଶିଶୁ ନିକେତନ ବିଦ୍ୟାଳୟର ଭଲ ଶିକ୍ଷାଦାନ ପ୍ରତି ବହୁ ଛାତ୍ର ଛାତ୍ରୀମାନେ ଆକୃଷ୍ଟ ହୋଇ ଥାଆନ୍ତି ବୋଲି ବହୁ ଛାତ୍ରାଭିଭାବକମାନେ କହିଛନ୍ତି । Categories: ଓଡ଼ିଶା, କଟକ, ହୋମ୍ Related Content ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026 ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana September 7, 2026