Home ଓଡ଼ିଶା ଚିକିତ୍ସା ଭତ୍ତା ଦାବି ଉପରେ କଟକ ମହାନଗର କମିଟି ପକ୍ଷରୁ ପ୍ରସ୍ତୁତି ସଭା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର କଟକରେ ହେବାକୁ ଯାଉଥିବା ୬ଷ୍ଠ ରାଜ୍ୟ ସମ୍ମିଳନୀକୁ ସଫଳ କରିବାକୁ କଟକ ମହାନଗର ନିଗମ ଓ.ଏସ.ଆର.ଇ.ଏଫ. ସମନ୍ୱୟ ସମିତି ପକ୍ଷରୁ ଆହ୍ୱାନ ଦିଆଯାଇଥିବା ବିଷୟ ମୁଖ୍ୟ ସଂଯୋଜକ ସୁବୋଧ କୁମାର ରାୟ ଓ ସଂଯୋଜକ ଗୋପୀନାଥ କର ଏକ ପ୍ରେସ ନୋଟ ରେ ପ୍ରକାଶ କରିଛନ୍ତି । ଚିକିତ୍ସା ଭତ୍ତା ଓ ଚିକିତ୍ସା ସୁବିଧା ସହ ଅନ୍ୟ ଆଠ ଦଫା ଦାବି ଉପରେ ଏପ୍ରିଲ ୧୨ତାରିଖ କଟକ ଶାରଳା ଭବନ ଠାରେ ହେବାକୁ ଯାଉଥିବା ୬ଷ୍ଠ ସମ୍ମିଳନୀର ପ୍ରସ୍ତୁତି ବୈଠକ କଟକ ତିନିଘରିଆ ଠାରେ ମୁଖ୍ୟ ସଂଯୋଜକ ସୁବୋଧ କୁମାର ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇ ଅଛି । ଏହି ପ୍ରସ୍ତୁତି ସଭାରେ ସ୍ୱତନ୍ତ ନିମନ୍ତ୍ରଣ କ୍ରମେ ପେନନସର ମହାସଂଘର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଦାସ, କାର୍ଯ୍ୟକାରୀ ଅଧ୍ଯକ୍ଷ ନିର୍ମଳ ଚନ୍ଦ୍ର ଦାସ, ଜୋନାଲ ସମ୍ପାଦକ ରଜନୀକାନ୍ତ ଚୌଧୁରୀ, ସଂଗଠନ ସମ୍ପାଦକ ସୁବୋଧ କୁମାର ମହାନ୍ତି, ଶରତ ଚନ୍ଦ୍ର ପରିଡା ଓ କୋଷାଧକ୍ଷ ପେମାନନ୍ଦଜେନା ଯୋଗ ଦେଇ ରାଜ୍ୟ ପେନସନର ମାନଙ୍କ ମୁଖ୍ୟ ତଥା ଜରୁରୀ ଦାବି *କେନ୍ଦ୍ର ଅନୁରୂପ ଚିକିତ୍ସା ଭତ୍ତା ଓ ଚିକିତ୍ସା ସୁବିଧା ପ୍ରଦାନ ଆଦି ୮ଦଫା ଦାବି ଉପରେ ଦୀର୍ଘ ଆଠ ବର୍ଷ ପରେ କଟକରେ ହେବାକୁ ଯାଉଥିବା ୬ଷ୍ଠ ରାଜ୍ୟ ସମ୍ମିଳନୀକୁ ସର୍ବାଙ୍ଗ ସୁନ୍ଦର କରି ସଫଳ କରିବାକୁ ଅଭ୍ୟର୍ଥନା କମିଟି ଗଠନ, ଧାର୍ଯ୍ୟ ରାଜ୍ୟ ବଜେଟର ଏକ ଚତୁର୍ଥାଂଶ କଟକର ପେନସନର ଭାଇ ଭଉଣୀ ମାନଙ୍କ ଠାରୁ ଅର୍ଥ ସଂଗ୍ରହ କରିବା,ସମ୍ମିଳନୀର ଉଦଘାଟକ, ମୁଖ୍ୟ ଅତିଥି, ମୁଖ୍ୟ ଵକ୍ତା, ସମ୍ମାନୀୟ ଅତିଥି, ସମ୍ମାନୀୟ ବକ୍ତା ବାବେ ଯୋଗ ଦେବାକୁ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ, ସାଂସଦ, ବିଧାୟକ ମାନଙ୍କୁ ନିମନ୍ତ୍ରଣ କରିବା, କଟକର ୭ଟି ଯୋନ ରେ ବ୍ୟାନର ଲଗାଇବା ,ପେନସନର ମାନଙ୍କ ମଧ୍ୟରେ ପ୍ରଚାରପତ୍ର ବିତରଣ କରିବା ସହିତ ସମ୍ମିଳନୀର ସଫଳତା ପାଇଁ ବିଭିନ୍ନ ଉପକମିଟି ମାନ ଗଠନ କରାଯାଇ ଯୋନ ର ନେତୃତ୍ୱ ମାନଙ୍କୁ ଦାଇତ୍ୱ ଦିଆଯାଇଛି । ସମ୍ମିଳନୀ ଉପଲକ୍ଷ ପ୍ରକାଶ ପାଇବାକୁ ଥିବା “ସ୍ମରଣୀକା” ନିମନ୍ତେ କମିଟି ଗଠନ କରାଯାଇ ଲେଖା ସଂଗ୍ରହ କରିବାକୁ କୁହା ଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ କାର୍ଯ୍ୟକୁ କଟକର ସମସ୍ତ ପେନସନର ଭାଇ ଭଉଣୀ ମାନଙ୍କ ନିକଟରେ ପହଞ୍ଚାଇ ସଫଳ କରିବାକୁ ଯୋନ ନେତୃତ୍ୱ ସର୍ବଶ୍ରୀ ରବି ମହାପାତ୍ର, ବିଭୁତି ଭୂଷଣ ମହାନ୍ତି, ଶିଶିର କୁମାର ନାୟକ, ନରହରି ମହାନ୍ତି, ଗୋପୀନାଥ ବାରିକ, ଧୀରେନ୍ଦ୍ର କୁମାର ନାୟକ, ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର,ପୂର୍ଣ୍ଣ ଚନ୍ଦ୍ର ନାୟକ, କ୍ଷୀରୋଦ ଚନ୍ଦ୍ର ଦୀକ୍ଷିତ, ଭବାନୀ ଚରଣ ମହାନ୍ତି,ଡ଼.ପ୍ରଫୁଲ୍ଲ କୁମାର ନାୟକ, କୃପାସିନ୍ଧୁ ବେହେରା, ଓ କେଶବ ଚନ୍ଦ୍ର ରଥ ଆଦି ପ୍ରମୁଖ ନେତୃତ୍ୱ ମାନେ ଘୋଷଣା କରିଥିବା ବେଳେ ମହାସଂଘର ଯୁଗ୍ମ ସମ୍ପାଦକ ସୁଦର୍ଶନ ପ୍ରଧାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ଶେଷରେ ସଂଯୋଜକ ଗୋପୀନାଥ କର ଧନ୍ୟବାଦ ଦେଇଥିଲେ ବୋଲି ମୁଖ୍ୟ ସଂଯୋଜକ ସୁବୋଧ କୁମାର ରାୟ ଏକ ପ୍ରେସ ନୋଟ ରେ ସୂଚନା ଦେଇଛନ୍ତି । Categories: ଓଡ଼ିଶା, କଟକ, ହୋମ୍ Related Content ପ୍ରଥମ ଦିନରୁ ହୋହଲ୍ଲା : ପାଟିତୁଣ୍ଡ ଓ ହଙ୍ଗାମାରେ କମ୍ପିଲା ବିଧାନସଭା by Proprietor Abhimanyu Maharana September 23, 2026 ୯୨ ଟି ପୋଷ୍ଟ ଖାଲିଥିବା ବେଳେ ୪୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି କାହିଁକି..? : ଶିକ୍ଷକ ମାନଙ୍କ ମହଲରେ ଅସନ୍ତୋଷ by Proprietor Abhimanyu Maharana September 23, 2026 ମାତ୍ରାଧିକ ପାଗ ପରିବେଶ ପୂର୍ବତଟରେ ପରିବ୍ୟାପ୍ତ ରହୁଥିବାରୁ ଭାରତର ସର୍ବାଧିକ ମରୁଡି ପ୍ରବଣ ଅଞ୍ଚଳ ଭାବରେ ଉଚ୍ଚାରିତ ନାମ ମଧ୍ୟରେ ଓଡ଼ିଶା ରହିଛି : ୫୨ ବର୍ଷର ଅଧ୍ୟୟନ by Proprietor Abhimanyu Maharana September 23, 2026 Odisha named among India’s most pronounced drought hotspots as extremes spread along the eastern coast: 52-year study by Proprietor Abhimanyu Maharana September 23, 2026 ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ by Proprietor Abhimanyu Maharana September 23, 2026 ପୁରୀ ଆଇନ ସଚେତନତା ଶିବିର by Proprietor Abhimanyu Maharana September 23, 2026