ସିଲେଇ ମେସିନ ବଣ୍ଟନ କାର୍ଯ୍ୟକ୍ରମ

୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପଡ଼ିଆ :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମାରେ ଉତ୍କଳ ମାଇନରିଟି ୱିକର ସେକ୍ସନ ଡେଭଲପମେଣ୍ଟ ସୋସାଇଟି ପକ୍ଷରୁ ସ୍ଥାନୀୟ ଅଞ୍ଚଳର ଯୁବତୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସିଲେଇ ମେସିନ ବଣ୍ଟନ କରାଯାଇଛି । ଏହି ଅବସରରେ ପଡ଼ିଆ ସ୍ଥିତ ଏହି ସୋସାଇଟିର କାର୍ଯ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇ ଯୁବପିଢି ବିଭିନ୍ନ କୈ।ଶଳ ଯୁକ୍ତ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ କୁହାଯାଇଛି ।

ଗ୍ରାମାଞ୍ଚଳରେ ଛାତ୍ରମାନେ ବିଭିନ୍ନ କାରଣରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇ ଘରେ ରହୁଥିବା ଚିନ୍ତାର ବିଷୟ । ଏଥି ପାଇଁ ଯୁବତୀ ମାନେ ନିଜକୁ ସ୍ବାବଲମ୍ବୀ କରିବା ପାଇଁ ଏହି ସୋସାଇଟି ପକ୍ଷରୁ ସିଲେଇ ମେସିନ ବଣ୍ଟନ କରାଯିବ ସହ କାର୍ଯ୍ୟକ୍ରମରେ ତାଲିମ ପ୍ରଦାନ କରାଯିବା କୁହାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଡ଼ିଆ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ବିନୀ କୁମାର ମହାପାତ୍ର ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଉତ୍କଳ ମାଇନରିଟି ୱିକର ସେକ୍ସନ ଡେଭଲପମେଣ୍ଟ ସୋସାଇଟିର ଡାଇରେକ୍ଟର ଡଃ ଏନ୍ ରାଘବ ରାଓ, ଚିନ୍ନାମ ଜନାର୍ଦ୍ଦନ ରାଓ,ଏମ୍ ମେଷାକ ରବି, ଚିନ୍ନାମ ରାଵିଡ କୁମାର , କେ. ଆଲବର୍ଟ କୁମାର ଓ ଏନ୍ ଵେରସେବା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version