୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡ଼ା :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗାୟତ୍ରୀ ମନ୍ଦିର କଲ୍ୟାଣ ମଣ୍ଡପ ସଭାଗୃହ ଠାରେ ବାଲିଗୁଡା ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ସମିତି ପକ୍ଷରୁ ଏକ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଭତ୍ତା ହିତାଧିକାରୀ ମାନଙ୍କ ସୁରକ୍ଷା ଓ ନ୍ୟାର୍ଯ୍ୟ ଦାବୀ ପୂରଣ ସମ୍ପର୍କରେ ଆଲଚନା ହୋଇଥିଲା l ଆମ ରାଜ୍ୟରେ ନୂତନ ସରକାର ଗଠନ ହେବା ପୂର୍ବରୁ ଏକ ହଜାର ଟଙ୍କା ପାଉ ଥିବା ଭତ୍ତା ହିତାଧିକାରୀ ତିନି ହଜାର ଟଙ୍କା ପାଇବେ ବୋଲି ପ୍ରତିଶୃତି ଦେଇଥିଲେ, କିନ୍ତୁ ଏପର୍ଯ୍ୟନ୍ତ ସରକାର ନିଜ ପ୍ରତିଶୃତି ରଖି ନାହାନ୍ତି ଯାହାରି ଫଳରେ ସମସ୍ତ ଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି l
ସରକାରଙ୍କ ଠାରୁ ପାଉଥିବା ଭତ୍ତା ରାଶି ଦ୍ୱାରା ଗରିବ, ବିଧବା, ଭିନ୍ନକ୍ଷମ, ବାର୍ଦ୍ଧକ୍ୟ, ସ୍ୱାମୀ ପରିତ୍ୟାକ୍ତା ଅସହାୟ ହିତାଧିକାରୀ ମାସ ତମାମ ସୁରୁଖୁରୁ ରେ ଅତି କଷ୍ଟର ସହ ଚଳି ଆସୁଥିବା ସ୍ଥଳେ, ଠିକ ସମୟ ରେ ଭତ୍ତା ନପାଇବା, ଓ ବ୍ୟାଙ୍କ ଦ୍ୱାରା ଭତ୍ତା ପାଉଥିବା ହିତାଧିକାରୀ ବହୁତ କଷ୍ଟ ରେ ଟଙ୍କା ଉଠାଉଛନ୍ତି, ଏବଂ ଅନେକ ସମୟରେ ବ୍ୟାଙ୍କ କର୍ମଚାରୀଙ୍କ ଦ୍ରୁବ୍ୟବହାର ଯୋଗୁଁ ଅସନ୍ତୋଷ ପ୍ରକାଶ ପାଉଛି , ସରକାର ମଙ୍ଗଳ ଯୋଜନାରେ ଅସହାୟ ବିଧବା ର ଉପକାର ନିମନ୍ତେ ଯେଉଁ ସହାୟତା ରାଶି ପ୍ରଦାନ କରୁଛନ୍ତି, ତାହା ମଧ୍ୟ ହିତାଧିକାରୀ ଆବେଦନ କରୁଛନ୍ତି ସତ ହେଲେ ବର୍ଷ ବର୍ଷ ଧରି ଉକ୍ତ ଟଙ୍କା ମିଳିବାରେ ବିଳମ୍ୱ ହେଉଛି, ଶେଷରେ ନିରାଶ ହୋଇ ନିଜ ଭାଗ୍ୟ କୁ ଆଦରି ରହୁଛନ୍ତି ହିତାଧିକାରୀ l
