Home ଓଡ଼ିଶା କୁମ୍ଭରାଜପୁର କରଘର ଦୋଳ ମେଳଣ ଅନୁଷ୍ଠିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- କଟଟ ସଦର ଥାନା ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ କୁମ୍ଭରାଜପୁର ଗ୍ରାମର କର ଘର ପକ୍ଷରୁ ଆୟୋଜିତ ତ୍ରୟୋଦଶୀ ଦୋଳ ମେଳଣ ବୁଧବାର ରାତିରେ ଅନୁଷ୍ଠିତ ହୋଇଥିଲା । ନୂଆଗଡ଼, କୋଠସାହି ,ଭାଣପୁର ,ସୁଭଦ୍ରାପୁର ,ନଛିପୁର , ସଇଁନ୍ଧା ଆଦି ଗ୍ରାମର ୨୦ ଟି ଦୋଳ ବିମାନ ଏହି ମେଳଣରେ ଯୋଗ ଦେଇଥିଲେ । ୪୮ ସଂକୀର୍ତ୍ତନ ମଣ୍ଡଳୀର ମହନ୍ତ ବନମାଳୀ ଦାଶଙ୍କ ନେତୃତ୍ୱରେ ଆୟୋଜିତ ସଂକିର୍ତ୍ତନରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଓଡିଶୀ ସଂକୀର୍ତ୍ତନ ପରିବେଷଣ କରିଥିଲେ । ସୁକାନ୍ତ କିଶୋର କର ,ସୌମ୍ୟରଞନ କର, ନଟବର କର ,ଚିତ୍ତରଞ୍ଜନ କର, ନିହାର ରଞ୍ଜନ ପଣ୍ଡା ,ମିହର କର ,ଚୌଧୁରୀ ଦେବଦତ୍ତ ଦାଶ , ଶରତ ଚନ୍ଦ୍ର ଭଟ୍ଟ ଲକ୍ଷଣ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ମେଳଣ କାର୍ଯ୍ୟ ପରିଚାଳନା କରିଥିଲେ । ମେଳଣ ଶେଷରେ ସମସ୍ତ ଦୋଳ ବିମାନକୁ କର ଘର ପକ୍ଷରୁ ଭୋଗହାଣ୍ଡି ପ୍ରଦାନ କରାଯାଇଥିଲା । Categories: ଓଡ଼ିଶା, କଟକ, ହୋମ୍ Related Content ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ by Proprietor Abhimanyu Maharana May 7, 2026 ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana May 7, 2026 ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ by Proprietor Abhimanyu Maharana May 7, 2026 ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି by Proprietor Abhimanyu Maharana May 7, 2026 ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ by Proprietor Abhimanyu Maharana May 6, 2026 ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ by Proprietor Abhimanyu Maharana May 6, 2026