Home ଓଡ଼ିଶା କଳଙ୍ଗା ସମ୍ପ୍ରଦାୟଙ୍କୁ ଏସଟି ମାନ୍ୟତା ମିଳୁ : ପ୍ରଦୀପ ପୁରୋହିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବରଗଡ :- କଳଙ୍ଗା ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ବା ଏସ.ଟିର ମାନ୍ୟତା ଦିଆଯାଉ । କେନ୍ଦ୍ର ସରକାରଙ୍କ ନିକଟରେ ଏହି ଦାବି ରଖିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଓଡ଼ିଶାରେ କଳଙ୍ଗା ସମ୍ପ୍ରଦାୟକୁ ଏସଟିର ମାନ୍ୟତା ଦିଆଯାଉ ବୋଲି ଅନେକ ଦିନରୁ ଦାବି ହୋଇ ଆସୁଛି । ଯେତେବେଳେ କି ବହୁ ପୂର୍ବରୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଏହି ସମ୍ପ୍ରଦାୟଙ୍କୁ ଏସଟିରେ ସାମିଲ କରାଯାଇଛି । କଳଙ୍ଗା ସମ୍ପ୍ରଦାୟ ମୁଖ୍ୟତଃ ଜଙ୍ଗଲ ଓ ପାହାଡ଼ିଆ ଅଂଚଳରେ ବସବାସ କରନ୍ତି । ଏମାନେ ସମାଜର ସବୁଠୁ ପଛୁଆ ଓ ବଂଚିତ ବର୍ଗ ମଧ୍ୟରୁ ଅନ୍ୟତମ । ଏହି ସମାଜର ଲୋକ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା ଭଳି ମୌଳିକ ସୁବିଧା ବଂଚିତ । ଅନୁସୂଚିତ ଜନଜାତିର ମାନ୍ୟତା ମିଳିଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଏମାନେ ସାମିଲ ହୋଇପାରିବେ । ଶିକ୍ଷାରେ ସଂରକ୍ଷଣ, ଆର୍ଥିକ ସହାୟତା ଓ ଅନ୍ୟ ଜନକଲ୍ୟାଣକାରୀ ଯୋଜନାର ଲାଭ ଉଠାଇପାରିବେ କଳଙ୍ଗା ସମ୍ପ୍ରଦାୟ । ଓଡ଼ିଶାର କଲଙ୍ଗା ସମ୍ପ୍ରଦାୟଙ୍କୁ ଧାରା ୩୪୨ ଆଧାରରେ ଅନୁସୂଚିତ ଜନଜାତି ସୂଚୀରେ ସଂଶୋଧନ କରି ଏସ ଟି ସୂଚୀରେ ସାମିଲ କରିବାକୁ ସାଂସଦ ପ୍ରଦୀପ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଯାହାଫଳରେ ସେମାନଙ୍କର ସାମାଜିକ ଓ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ ବୋଲି କହିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । Categories: ଓଡ଼ିଶା, ବରଗଡ଼, ରାଜନୀତି, ହୋମ୍ Related Content ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି by Proprietor Abhimanyu Maharana June 14, 2026 ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ by Proprietor Abhimanyu Maharana June 14, 2026 ବିରିଡିରେ ରଜ ଉଚ୍ଛବ ପାଳିତ by Proprietor Abhimanyu Maharana June 13, 2026 Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha by Proprietor Abhimanyu Maharana June 13, 2026 समाज के आर्थिक रूप से कमजोर परिवारों को आर्थिक सहायता by Proprietor Abhimanyu Maharana June 13, 2026 ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା by Proprietor Abhimanyu Maharana June 13, 2026