Home ଓଡ଼ିଶା କଳଙ୍ଗା ସମ୍ପ୍ରଦାୟଙ୍କୁ ଏସଟି ମାନ୍ୟତା ମିଳୁ : ପ୍ରଦୀପ ପୁରୋହିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବରଗଡ :- କଳଙ୍ଗା ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ବା ଏସ.ଟିର ମାନ୍ୟତା ଦିଆଯାଉ । କେନ୍ଦ୍ର ସରକାରଙ୍କ ନିକଟରେ ଏହି ଦାବି ରଖିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଓଡ଼ିଶାରେ କଳଙ୍ଗା ସମ୍ପ୍ରଦାୟକୁ ଏସଟିର ମାନ୍ୟତା ଦିଆଯାଉ ବୋଲି ଅନେକ ଦିନରୁ ଦାବି ହୋଇ ଆସୁଛି । ଯେତେବେଳେ କି ବହୁ ପୂର୍ବରୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଏହି ସମ୍ପ୍ରଦାୟଙ୍କୁ ଏସଟିରେ ସାମିଲ କରାଯାଇଛି । କଳଙ୍ଗା ସମ୍ପ୍ରଦାୟ ମୁଖ୍ୟତଃ ଜଙ୍ଗଲ ଓ ପାହାଡ଼ିଆ ଅଂଚଳରେ ବସବାସ କରନ୍ତି । ଏମାନେ ସମାଜର ସବୁଠୁ ପଛୁଆ ଓ ବଂଚିତ ବର୍ଗ ମଧ୍ୟରୁ ଅନ୍ୟତମ । ଏହି ସମାଜର ଲୋକ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା ଭଳି ମୌଳିକ ସୁବିଧା ବଂଚିତ । ଅନୁସୂଚିତ ଜନଜାତିର ମାନ୍ୟତା ମିଳିଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଏମାନେ ସାମିଲ ହୋଇପାରିବେ । ଶିକ୍ଷାରେ ସଂରକ୍ଷଣ, ଆର୍ଥିକ ସହାୟତା ଓ ଅନ୍ୟ ଜନକଲ୍ୟାଣକାରୀ ଯୋଜନାର ଲାଭ ଉଠାଇପାରିବେ କଳଙ୍ଗା ସମ୍ପ୍ରଦାୟ । ଓଡ଼ିଶାର କଲଙ୍ଗା ସମ୍ପ୍ରଦାୟଙ୍କୁ ଧାରା ୩୪୨ ଆଧାରରେ ଅନୁସୂଚିତ ଜନଜାତି ସୂଚୀରେ ସଂଶୋଧନ କରି ଏସ ଟି ସୂଚୀରେ ସାମିଲ କରିବାକୁ ସାଂସଦ ପ୍ରଦୀପ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଯାହାଫଳରେ ସେମାନଙ୍କର ସାମାଜିକ ଓ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ ବୋଲି କହିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । Categories: ଓଡ଼ିଶା, ବରଗଡ଼, ରାଜନୀତି, ହୋମ୍ Related Content ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍ କର୍ମଶାଳା : ଆଇଏପି ଓଡ଼ିପେଡିକନ୍ ୨୦୨୬ର ଏକ ପ୍ରାକ୍ - ସମ୍ମିଳନୀ କର୍ମଶାଳା by Proprietor Abhimanyu Maharana November 1, 2026 Basic Pediatric Ventilation Workshop – A Pre-Conference Workshop of IAP ODIPEDICON 2026 by Proprietor Abhimanyu Maharana November 1, 2026 ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ by Proprietor Abhimanyu Maharana November 1, 2026 ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ by Proprietor Abhimanyu Maharana November 1, 2026 ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana November 1, 2026 RASHTRIYA EKTA DIWAS OBSERVED AT KHURDA ROAD DIVISION by Proprietor Abhimanyu Maharana November 1, 2026