Home ଓଡ଼ିଶା ରୁକୁଣା ରଥ ନିର୍ମାଣ କାମ ଅନୁକୂଳ : ଦୁଇ ତିଥିର ଭୋଗ ଖାଇଲେ ଶ୍ରୀଲିଙ୍ଗରାଜ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୧୨ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୁଣା ଭୁବନେଶ୍ୱର :- ଶ୍ରୀଲିଙ୍ଗରାଜ ମନ୍ଦିରରେ ଦୁଇଟି ନୀତି କରାଯାଇଥିଲା ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ତିଥି ପଡ଼ିଥିବାରୁ । ଏଥିପାଇଁ ମନ୍ଦିରରେ ଚତୁର୍ଦ୍ଦଶୀ ନୀତି ପରେ ଦେବଦେବୀ ପରକରଣସାହି, ଯମେଶ୍ୱର ମନ୍ଦିର ନିକଟକୁ ଯାତ୍ରା କରିଥିଲେ । ବାଟ କୂଅ ମୁହଁ ବଡ଼ୁସାହିରେ ଭୋଗ ଖାଇବା ସହ ଆଳତି ହୋଇଥିଲା । ସନ୍ଧ୍ୟାଧୂପ ପରେ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ନୀତି ପରେ ମନ୍ଦିର ଉପରକୁ ଚତୁର୍ଦ୍ଦଶୀ ମହାଦୀପ ଉଠିଥିଲା । ଏହାପରେ ଠାକୁରମାନଙ୍କୁ ଚତୁର୍ଦ୍ଦଶୀ ବେଢ଼ା ପରିକ୍ରମା ସମ୍ପନ୍ନ ହୋଇଥିଲା । ଦେବଦେବୀ ଦକ୍ଷିଣ ଗୃହକୁ ଆଉ ନଯାଇ ନାଟ ମନ୍ଦିରରେ ବିମାନ ଓ ପାଲିଙ୍କିରେ ବସି ରହିଥିଲେ । ଠାକୁରଙ୍କ ବଡ଼ସିଂହାର ବେଶ ସରିବା ପରେ ଦେବଦେବୀଙ୍କ ଯାତ୍ରାପୂଜା ଆରମ୍ଭ ହୋଇଥିଲା । ଶ୍ରୀପ୍ରତିମାମାନେ ଚାଚେରୀ ଭୋଗ ନିମନ୍ତେ ପରକରଣ ସାହି ଭୋଗ ଖାଇବାକୁ ଯମେଶ୍ୱର ମନ୍ଦିର ସମ୍ମୁଖ ଗଣେଶ ମନ୍ଦିର ପିଣ୍ଡିରେ ଥିବା ସିଂହାସନରେ ବିଜେ ହୋଇଥିଲେ । ସେଠାରେ ଭୋଗ ଲାଗି ହୋଇ ଆଳତି କରାଯାଇଥିଲା । ପରେ ପ୍ରତିମାମାନଙ୍କୁ ବଡ଼ୁସାହିର ବାଟକୂଅ ମୂଳ ପାଖରେ ଭୋଗ ଅର୍ପଣ କରାଯାଇ ଆଳତି ଓ ଫଗୁ ଲାଗି ହୋଇଥିଲା । ବଡୁସାହିରୁ ଫେରିବା ବେଳେ ବିଳମ୍ବିତ ରାତିରେ ରଥଖଳା ନିକଟ ମହାଖଳାକୁ ଅଗ୍ନି ଉତ୍ସବ ପାଇଁ ଆସିଥିଲେ । ସେଠାରେ ଖଟୁଲିରେ ପୂର୍ବମୁଖ ହୋଇ ବିରାଜମାନ ହୋଇଥିଲେ । ପୂଜାପଣ୍ଡା ଠାକୁରଙ୍କ ସାମ୍ନାରେ ପୂଜା ଓ ଅଗ୍ନି ଉତ୍ସବ ହୋମ ସମ୍ପାଦନ କରିଥିଲେ । ହୋମ ଶେଷରେ ଠାକୁରମାନଙ୍କର ଆଳତି ଓ ପୂର୍ବରୁ କିଛି କାଠ କୁଢ଼ କରି ରଖାଯାଇଥିବା ସ୍ଥାନରେ ହୋମରୁ ଅଗ୍ନି ନେଇ ସେବାୟତମାନେ ସଂଯୋଗ କରିଥିଲେ । ଏହି ଅଗ୍ନି ଚତୁଃପାର୍ଶ୍ବରେ ବିଜେ ପ୍ରତିମାମାନଙ୍କୁ ବିମାନ ଓ ପାଲିଙ୍କିରେ ବିଜେ କରି ୭ ଘେରା ପ୍ରଦକ୍ଷିଣ କରାଯାଇଥିଲା । ବିଜେ ପ୍ରତିମାମାନେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହା ପରେ ଅନ୍ୟାନ୍ୟ ନୀତି ବଢ଼ି ପହୁଡ଼ ହୋଇଥିଲା । ଆସନ୍ତା ଶୁକ୍ରବାର ଦୋଳ ପୂର୍ଣ୍ଣମୀ ତିଥିରେ ରଥଖଳାରେ ଦୋଳ ପର୍ବ ଅନୁଷ୍ଠିତ ହେବ । ସେଠାରେ ମହାପ୍ରଭୁ ଦୋଳବେଦୀରେ ଝୁଲୁଥିବା ବେଳେ ଭକ୍ତମାନେ ଫଗୁ ଲାଗି କରିବେ । ସେଠାରେ ଠାକୁର ଭୋଗ ଖାଇବେ । ଏହି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଭଜନ ସମାରୋହ କରାଯିବ । ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିର୍ମାଣ ପାଇଁ ଆଜି କାମ ଅନୁକୂଳ ହୋଇଛି । ଆଜି ତ୍ରୟୋଦଶୀ ତିଥୀ ଓ ଚତୁର୍ଦ୍ଦଶୀ ତିଥି ପଡ଼ୁଥିବାରୁ ଦୁଇଟି ନୀତି ମନ୍ଦିରରେ କରାଯାଇଥିଲା । ସକାଳେ ବଲ୍ଲଭ ନୀତି ପରେ ମହାଖଳାରେ କାଠ ପୂଜା କରାଯାଇଥିଲା । ଲିଙ୍ଗରାଜଙ୍କ ଆଜ୍ଞାମାଳ ରଥ ଖଳାକୁ ଆସିବା ପରେ ପୂର୍ବାହ୍ନ ସାଢ଼େ ୧୧ଟାରେ ନୀତି ପରେ ରଥଖଳାରେ ପୂଜାପଣ୍ଡା ସେବାୟତ ରଥ କାଠ ପୂଜା କରିଥିଲେ । ପରେ ମହାରଣା ସେବାୟତମାନେ କୁରାଢ଼ିରେ ଆମ୍ଭଗଛର କାଠଗଡ଼କୁ ଛେଦନ କରି ରଥ ନିର୍ମାଣ କାର୍ୟ୍ୟ ଶୁଭାରମ୍ଭ କରିଥିଲେ। ୩ ତାରିଖ ରାତି ସୁଦ୍ଧା ରଥ କାମ ସାରିବେ । ୧୨ଜଣ ବେହେରା ସେବାୟତ ସମେତ ୭୦ଜଣ ମହାରଣା ସେବାୟତ କାମ କରିବେ ବୋଲି ଜଣାପଡ଼ିଛି । ରଥକାଠ ପୂଜା ବେଳେ ମନ୍ଦିର ସୁପରଭାଇଜର ରାଜ କିଶୋର ମହାପାତ୍ର, ହେମନ୍ତ ମହାପାତ୍ର, ମହାରଣା ସେବାୟତ ସୋମନାଥ ମହାରଣା, ବଟକୃଷ୍ଣ ମହାରଣା, କେଦାରନାଥ ମହାରଣା, ବାସୁଦେବ ମହାରଣା, ପ୍ରିୟରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଅଧାରୁ ପାଠ ଛାଡିଥିବା ଛାତ୍ରୀ ତୁଳସୀ ଫେରିଲା ବିଦ୍ୟାଳୟ by Proprietor Abhimanyu Maharana August 12, 2026 ହର ଘର ତ୍ରିରଙ୍ଗା’ ଅବସରରେ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି by Proprietor Abhimanyu Maharana August 12, 2026 ପୋସ୍ ଅଧିନିୟମ” ସମ୍ପର୍କିତ କର୍ମଶାଳା by Proprietor Abhimanyu Maharana August 12, 2026 ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳିତ by Proprietor Abhimanyu Maharana August 12, 2026 ନୟାଗଡ଼ରେ ଶ୍ରମିକ କୃଷକ ସଂଗଠନର ଜେଲଭରୋ ଆନ୍ଦୋଳନ by Proprietor Abhimanyu Maharana August 12, 2026 ରୋଟାରୀ କ୍ଲବ ନୟାଗଡ଼ରେ ତର୍କ ପ୍ରତିଯୋଗିତା by Proprietor Abhimanyu Maharana August 12, 2026