ବିଭାଗୀୟ ଅଧିକାରୀ ଙ୍କ ଉପସ୍ଥିତି କାର୍ଯ୍ୟ ସୁଚାରୁରୂପେ ଆରମ୍ଭ ହୋଇଛି
୧୨ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଗୋପ :- ବିଗତ ସରକାର ଙ୍କ ସମୟରେ ଯେଉଁ ସବୁ କାର୍ଯ୍ୟ ର ଉର୍ନ୍ନତିକରଣ ହୋଇନଥିଲା ଏଵେ ତାହା ହେବାକୁ ଯାଉଛି l ଯଥା ପୁରୀ ଜିଲ୍ଲାର ଗୋପ ବ୍ଲକ ଅଧିନସ୍ଥ ନାଗପୁର ଠାରୁ ନୟାହାଟ କୁ ରାସ୍ତାର ନବୀକରଣ ନିର୍ମାଣ ନିମନ୍ତେ ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି l ଉକ୍ତ ବିଭାଗ ପକ୍ଷରୁ ପୁରୀ ଜିଲ୍ଲାର ଦୁଇ ପ୍ରମୁଖ ବ୍ୟବସାୟ କେନ୍ଦ୍ର ଗୋପ ବ୍ଲକ ନାଗପୁର ଠାରୁ ନୟାହାଟ ପର୍ୟ୍ୟନ୍ତ ରାସ୍ତା ଉନ୍ନତିକରଣ କାର୍ଯ୍ୟ ଜୋରଦାର ଆରମ୍ଭ ହୋଇଛି । ଦୀର୍ଘ ବର୍ଷ ଧରି ରାସ୍ତାର ଅବସ୍ଥା ଶୋଚନୀୟ ହୋଈ ପଡ଼ିଥିଲା। ନାଗପୁର ଓ ନୟାହାଟ ଗୋପ ବ୍ଲକ ପ୍ରମୁଖ ବ୍ୟବସାୟ କେନ୍ଦ୍ର ।
