୧୨ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :– ଶିଳ୍ପ ପ୍ରଗତି ସହିତ ପରିବେଶଗତ ସନ୍ତୁଳନ ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି । ବିଜୁ ପଟ୍ଟନାୟକ ପ୍ରଦର୍ଶନୀ ପଡ଼ିଆ, ବରମୁଣ୍ଡାଠାରେ ଆୟୋଜିତ ଓଡ଼ିଶା ମାଇନିଂ ଏକ୍୍ସପୋ ଏବଂ କନକ୍ଲେଭର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ସମାରୋହରେ ଉଦ୍ବୋଧନ ଦେଇ ଇଣ୍ଡଷ୍ଟ୍ରି ଲିଡର୍, ନୀତି ନିର୍ଦ୍ଧାରକ ଏବଂ ବିଶେଷଜ୍ଞମାନଙ୍କୁ ସମ୍ବୋଧିତ କରି ରାଜ୍ୟପାଳ କହିଥିଲେ ଯେ, ଭାରତର ଖଣିଜ-ଭିତ୍ତିକ ଅର୍ଥନୈତିକ ଅଭିବୃଦ୍ଧିରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

