ପଳାଶୁଣିରେ ଗଙ୍ଗୁଆ ନାଳ ଉପରେ ହେବ ୬ ଲେନ୍ ରାସ୍ତା : ୫୦ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ରମନ୍ତ୍ରୀ ଗଡକରୀ
ଦୂର ଦେବାକୁ ଯାଉଛି
୧୨ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ବର :- ଭୁବନେଶ୍ବର ପଳାଶୁଣିରେ ଦୀର୍ଘ ବର୍ଷର ଟ୍ରାଫିକ୍ ସମସ୍ୟା । ଗଙ୍ଗୁଆ ନାଳ ଉପରେ ୬ ଲେନ୍ ବିଶିଷ୍ଟ ରାସ୍ତା ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ଦିଲ୍ଲୀ ଗସ୍ତରେ ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ପଳାଶୁଣି ଗଙ୍ଗୁଆ ନାଳ ଉପରେ ଥିବା ବ୍ରିଜର ପ୍ରଶସ୍ତିକରଣ ତଥା ପଳାଶୁଣିରେ ଟ୍ରାଫିକ୍ ସମସ୍ୟାର ଦୂରିକରଣ ନେଇ ୬ ଲେନ୍ ବିଶିଷ୍ଟ ରାସ୍ତା ପ୍ରକଳ୍ପକୁ ମୋହର ବାଜିଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ସାଂସଦ ।
