ନଗରୀ ପଞ୍ଚାୟତରେ ବୁଲିଲା ଶ୍ରୀଜଗନ୍ନାଥ ମହୋତ୍ସବ ରଥ

୧୨  ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- କଟକ ଜିଲ୍ଲା ନିଆଳୀ ନିର୍ବାଚନ ମଣ୍ଡଳୀ ବାରଙ୍ଗ ବ୍ଲକ କୁରାଙ୍ଗ ଶାସନ ଶ୍ରୀଜଗନ୍ନାଥ ମନ୍ଦିରରେ ମାର୍ଚ୍ଚ ୨୪ ରୁ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ହେବାକୁ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲ୍ଲଭ ଚବିଶ ବେଶ , ଛପନ ଭୋଗ , ସାଧୁ ସନ୍ଥ ସମାବେଶ ସହିତ ବିଶ୍ୱଶାନ୍ତି ମହାଯଜ୍ଞ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କଳାକୃତି ଓ ପୁସ୍ତକ ପ୍ରଦର୍ଶନୀ କରାଯିବ । ଶ୍ରୀଜଗନ୍ନାଥ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ନିଆଳୀ ବିଧାୟକ ଛବି ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ଏହି ମହୋତ୍ସବ ପାଇଁ ବୁଧବାର ଦିନ କଟକ ସଦର ଥାନା ଅନ୍ତର୍ଗତ ନଗରୀ ପଞ୍ଚାୟତର ମହିଧରପଡା ମେଡ଼ିକାଲ ଛକଠାରୁ ଏକ ଜନ ସଚେତନତା ବାର୍ତ୍ତା ପ୍ରଚାର ପାଇଁ ଶ୍ରୀ ଜଗନ୍ନାଥ ମହୋତ୍ସବ ପ୍ରଚାର ରଥ ଗାଡ଼ି ଖଣ୍ଡାଗର, 

ମହିଧରପଡା, ନଗରୀ , ସନ୍ତୋଳ, ଦଳବାଡ଼, ଅରଡିଆପଦା , ଅରିଲୋ ଆଦି ଗ୍ରାମକୁ ଯାଇ ଶ୍ରୀ ଜଗନ୍ନାଥ ମହୋତ୍ସବ ବାର୍ତ୍ତା ପ୍ରଚାର କରିଥିଲା । ନିଆଳୀ ବିଧାୟକଙ୍କ ବାରଙ୍ଗ ବ୍ଲକ ପ୍ରତିନିଧି ଧିରେନ୍ଦ୍ର କୁମାର ବାରିକ ( ଟୁକୁନା ଭାଇ ) ସାଂସଦଙ୍କ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ଦିଲିପ ପାତ୍ର ( ଦିଲୁ ଭାଇ) , ନଗରୀ ପଞ୍ଚାୟତ ବିଜେପି ସଭାପତି ପ୍ରଶାନ୍ତ କୁମାର ଦାଶ, ବିଜେପି ଗବବସ୍ତ ମଣ୍ଡଳ ସଭାପତି ଅଶ୍ୱିନୀକୁମାର କାଣ୍ଡି ,

 ମଣ୍ଡଳ ଉପ ସଭାପତି ଆଲୋକ ଗଜେନ୍ଦ୍ର, ମଣ୍ଡଳ ସଂପାଦକ ବିପିନି ବିହାରୀ ସେଠୀ, ନଗରୀ ପଞ୍ଚାୟତ ବିଜେପି ଉପ ସଭାପତି ପ୍ରଦୀପ ସୁନ୍ଦରାୟ, ବାରଙ୍ଗ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଗୋବିନ୍ଦ ସାହୁଙ୍କ ସମେତ , ପଞ୍ଚାୟତ ବିଭିନ୍ନ ଗ୍ରାମର ମହିଳା ଏବଂ ପୁରୁଷ ମାନେ ଉପସ୍ଥିତ ରହି ଶ୍ରୀଜଗନ୍ନାଥ ମହୋତ୍ସବ ପ୍ରଚାର ରଥକୁ ସ୍ୱାଗତ କରି ବିଭିନ୍ନ ଗ୍ରାମ ପରିକ୍ରମା କରାଇଥିଲେ । ପରେ ପରେ ଏହି ରଥ ଉଷୁମା , ଶାଇଁଶୋ ପଞ୍ଚାୟତ ପରିକ୍ରମା କରିଥିଲା ।

Exit mobile version