Home ଓଡ଼ିଶା ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ମାଲକାନଗିରି :- ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟବନ୍ତ ଛାତ୍ରାବାସ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର କାର୍ଯ୍ୟକ୍ରମରେ ସଭାପତିତ୍ବ କରି କର୍ମଶାଳାର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ମାନଙ୍କୁ ଉଦ୍ୟୋଗୀ ହେବା ନିମନ୍ତେ ସମସ୍ତ ଆର୍ଥିକ ସୁବିଧା ଯୋଗାଇ ଦିଆଯାଉଛି। ବ୍ୟବସାୟ କରିବା ପାଇଁ ସବସିଡି ବ୍ୟବସ୍ଥା ରହିଛି। ଦୈନନ୍ଦିନ ଜୀବନ ଜୀବିକାକୁ ଆଧାର କରି ଯେପରିକି ମତ୍ସ୍ୟ ଚାଷ, ପଶୁ ପାଳନ, କୃଷି କିମ୍ବା ଅନ୍ୟାନ୍ୟ କ୍ଷୁଦ୍ର ଉଦ୍ୟୋଗ ସ୍ଥାପନ ମାଧ୍ୟମରେ ଆର୍ଥିକ ଭାବେ ମହିଳା ମାନେ ଲାଭାନ୍ଵିତ ହୋଇପାରିବେ।ସେ ଆହୁରି ମଧ୍ୟ କହିଥିଲେ ଯେ ଉଦ୍ୟୋଗୀ ହେବାକୁ ହେଲେ ସମ୍ୟକ କଷ୍ଟ ସ୍ବୀକାର କରିବା ସହ ଧର୍ଯ୍ୟ ଧରିବାକୁ ପଡ଼ିବ। ଯାହା ସଫଳତା ଆଡକୁ ଅଗ୍ରସର କରାଇବ। ବିଶେଷ ଭାବେ ୬୦ ହଜାର ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାହାର ରୋଜଗାର ରହିଛି ସେମାନଙ୍କୁ ଲକ୍ଷପତି ଦିଦି କରିବା ନିମନ୍ତେ ଅଗ୍ରାଧିକାର ଦିଆଯାଉଛି। ତା ସହିତ ଅନ୍ୟ ମହିଳା ମାନଙ୍କୁ ମଧ୍ଯ ଲକ୍ଷପତି ଦିଦି ହେବା ପାଇଁ କର୍ମଶାଳାରେ ପ୍ରୋତ୍ସାହନ କରାଯାଇଛି। ଅନ୍ୟତମ ଅତିଥି ଭାବେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର ଉପସ୍ଥିତ ରହି ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଓଡ଼ିଶା ଜୀବିକା ମିଶନ, କୃଷି, ଶିଳ୍ପ, ଉଦ୍ୟାନ କୃଷି, ମତ୍ସ୍ୟ, ବ୍ୟାଙ୍କ୍ ଓ ଓରମାସ ତରଫରୁ ଅଧିକାରୀ ମାନେ ଉପସ୍ଥିତ ରହି ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ପ୍ରକାଶ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସଦର ବିଡ଼ିଓ ତପନ କୁମାର ସେନାପତି, ମିଶନ ଶକ୍ତି ଡିପିଏମ ହର୍ଷାନନ୍ଦ ପ୍ରଧାନ ଓ ବାଲାଜୀ ପଟ୍ଟନାୟକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିବା ବେଳେ ଜିଲ୍ଲା ପରିଷଦ କାର୍ଯ୍ୟକ୍ରମ ପରିଚାଳକ ଅର୍ଥ ମାନସ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ, ଜିଲ୍ଲା ପରିଷଦ ଓ ବ୍ଲକର ସମସ୍ତ କର୍ମଚାରୀ ଏଥିରେ ଉପସ୍ଥିତ ଥିଲେ। ଏହି କର୍ମଶାଳାରେ ପ୍ରାୟ ୪ ହଜାର ସ୍ଵଂୟ ସହାୟକ ଗୋଷ୍ଠୀ, ପ୍ରାଣୀ ମିତ୍ର, କୃଷି ମିତ୍ର, ଏମଭିକେ ମହିଳା ଯୋଗ ଦେଇଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ। by Proprietor Abhimanyu Maharana October 11, 2026 ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ - ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ by Proprietor Abhimanyu Maharana October 10, 2026 Utkal Hospital Inaugurates State-of-the-Art Sleep Lab by Proprietor Abhimanyu Maharana October 10, 2026 ରଣପୁର ରେ ନିର୍ବାଚନ କମିଶନ ଙ୍କ ଇସ୍ତଫା ଦାବୀ ସହ କୁଶ ପୁତ୍ତଳିକା ଦାହ by Proprietor Abhimanyu Maharana October 10, 2026 ଉତ୍କଳ ହସ୍ପିଟାଲରେ ଅତ୍ୟାଧୁନିକ ସ୍ଲିପ୍ ଲାବ୍ ଚେୟାରମ୍ୟାନ ଡ଼ ଅଦିତ୍ୟ କୁମାର ସାମଲଙ୍କ ଦ୍ବାରା ଉଦ୍ଘାଟିତ। by Proprietor Abhimanyu Maharana October 10, 2026 ଆକ୍ୱାପଲ୍ସର ବାର୍ଷିକ ସମ୍ମିଳନୀ ୨୦୨୬ : ‘ପଣ୍ଡ ଟୁ ପୋର୍ଟ’ ଟେକ୍ନୋଲୋଜି ଷ୍ଟାକ୍ ଉନ୍ମୋଚିତ, ଚିଙ୍ଗୁଡ଼ି ଚାଷୀ ଓ କର୍ମଚାରୀ ସମ୍ମାନିତ by Proprietor Abhimanyu Maharana October 10, 2026