ଜୟା ହୋଟେଲ ଘଟଣାରେ ସରକାର ମୁହଁ ଖୋଲନ୍ତୁ ପୁରୀ ଆପ

୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ  :- ପୁରୀଜିଲ୍ଲା ସତ୍ଯବାଦୀ ଅନ୍ତର୍ଗତ ଜୟା ହୋଟେଲରେ ଗୋମାଂସ ମିଶ୍ରିତ ମାଂସ ତରକାରି ଭାଇରାଲ ହୋଇଥିବା ଭିଡିଓରେ ଅଭିଯୋଗ ହୋଇଥିଲା । ପୁରୀ ପ୍ରଶାସନ ହୋଟେଲକୁ ସିଲ କରିବା ,ହୋଟେଲର ଏକ କିଲୋମିଟର ପର୍ଯ୍ୟନ୍ତ ୧୬୩ ଲାଗୁ କରିବା ଉପରେ ପୁରୀ ଆମ ଆଦମୀ ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ବଳଗଣ୍ଡି ସ୍ଥିତ ସାଲବେଗ ପୀଠ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଦଳ ଅଭିଯୋଗ କରିଛି ଯେ ହୋଟେଲରୁ ଜବତ ହୋଇଥିବା ମାଂସ ତରକାରୀ ପରୀକ୍ଷା ରିପୋର୍ଟ ଶୀଘ୍ର ଜନସାଧାରଣଙ୍କୁ ଜଣାଇ ଦିଆଯାଉ । ସେହିପରି ପୁରୀ ବାବୁ ମିଆଁ ଦୋକାନକୁ ମଧ୍ଯ ପ୍ରଶାସନ ସିଲ କରିଛି । ଲୋକମାନଙ୍କ ମନରୁ ସନ୍ଦେହ ଦୂର କରିବା ପାଇଁ ରାଜ୍ଯ ସରକାର, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ତତ୍ପର ହେବା ପାଇଁ ଦଳ ଦାବି କରିଛି ।

ଭାଇରାଲ ହୋଇଥିବା ଭିଡିଓରେ ଯୁବକକୁ ମାଡ ମାରୁଥିବା ବ୍ଯକ୍ତି ମାନଙ୍କୁ ଚିହ୍ନଟ କରାଯାଉ । ସତ୍ଯବାଦୀ ବିଧାୟକ ଗୋମାତା ସୁରକ୍ଷା ପାଇଁ କଣ ପଦକ୍ଷେପ ନେଇଛନ୍ତି ତାହା ସାଧାରଣ ଲୋକଙ୍କୁ ଶୀଘ୍ର ଜଣାନ୍ତୁ । ଆମ୍ ଆଦମୀ ପାର୍ଟି ପୁରୀ ଜିଲ୍ଲା ସଭାପତି ସଂଜୀବ ମହାନ୍ତି ଜିଲ୍ଲା ସମ୍ପାଦକ ସତ୍ୟଜିତ ମହାନ୍ତି, ଉପସଭାପତି ରବୀନ୍ଦ୍ର ସାହୁ, ପିପିଲି ସଭାପତି ଜୁଲଫିକର ଅଲ୍ଲୀ,ଅନିଲ କୁମାର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version