୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ଶ୍ରଦ୍ଧା ଶୁଦ୍ଧତା ଓ ପବିତ୍ରତା ପାଇଁ ସଚେତନତା ସୃଷ୍ଟି ।ପୁରୀ ବ୍ରହ୍ମଗିରି ରାସ୍ତାର ଗିରଳ ଛକ ହୁଡକ ରାସ୍ତା ପାର୍ଶ୍ବରେ ନବଦିନାତ୍ମକ ଶ୍ରୀ ଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞ ସମ୍ପନ୍ନ ହୋଇଯାଇଛି । ପୂଜାନନା ଯଜ୍ଞ ଫାଉଣ୍ଡେସନ ଓ ପରିବର୍ତ୍ତନ ଓଡିଶା ପକ୍ଷରୁ ଏହି ଯଜ୍ଞ ଆୟୋଜିତ ହୋଇଥିଲା । ୫ଟି ଯଜ୍ଞ ସାଲାରେ ୨୫ଟି ଯଜ୍ଞ କୁଣ୍ଡରେ ଆହୂତି ପ୍ରଦାନ କରାଯାଇଥିଲା । ପ୍ରାୟ ୨୫ କ୍ବିଣ୍ଟାଲ ଶୁଦ୍ଧ ଗାଇ ଘିଅରେ ଯଜ୍ଞ ହୋମ କରାଯାଇଥିଲା । ବାୟୁ ମଣ୍ଡଳର ଶୁଦ୍ଧତା ପାଇଁ ଏହି ଶୁଦ୍ଧ ଘୃତ ଯଜ୍ଞ ବେଶ ଉପକାରିତା ଥିବା ପ୍ରମାଣିତ ହୋଇଛି । ବାୟୁ କୋଣ ଓ ଅଗ୍ନି କୋଣରେ ପରିବେଶ ସୁଦ୍ଧତା ମାପକ ଯନ୍ତ୍ର ବ୍ୟବହାର କରାଯାଇଥିଲା ।

