୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡ଼ା :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଆତ୍ମସୁରକ୍ଷା କୌଶଳ ତାଲିମ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି l ଏଥିରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ +୩ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ପାଇଁ ଆତ୍ମସୁରକ୍ଷା କୌଶଳ ତାଲିମ ପ୍ରଶିକ୍ଷଣ ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରି ଉପସ୍ଥିତ ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିବା ସହ ସମସ୍ତ ଛାତ୍ରୀ ମାନେ ନିଶ୍ଚିତ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଫଳ କରିବାକୁ ପରାମର୍ଶ ଦେଇଥିଲେ ।

