୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାମନାଗୁଡା :- ରାଜ୍ୟ ସରକାର ଙ୍କ ତରଫରୁ ୨୦୨୪-୨୫ ଆର୍ଥିକ ବର୍ଷ ରେ “ଘର ଅଗଣାରେ କୁକୁଡ଼ା ପାଳନ” ଯୋଜନା ମାଧ୍ୟମରେ ରାମନାଗୁଡ଼ା ବ୍ଲକ ରେ ୯୦ ଜଣ ହିତାଧିକାରୀ ଙ୍କୁ ଚୟନ କରାଯାଇଥିଲା।ଗରିବ ଲୋକ ମାନଙ୍କର ଜୀବନ ଜୀବିକା ରେ ଉନ୍ନତି ତଥା ଗ୍ରାମାଞ୍ଚଳ ର ଆର୍ଥିକ ବିକାଶ ଆଣିବା ହେଉଛି ଏହି ଯୋଜନା ର ମୂଳ ଲକ୍ଷ୍ୟ।କୁକୁଡ଼ା ଘର ତିଆରି କରିବା ପାଇଁ ପ୍ରଥମେ ପ୍ରତ୍ୟେକ ହିତାଧିକାରୀଙ୍କୁ ୫୦୦ ଟଙ୍କା ଲେଖାଏ ତାଙ୍କ ର ବ୍ୟାଙ୍କ୍ ଆକାଉଣ୍ଟ ରେ ପ୍ରଦାନ କରାଯାଇଥିଲା ।

