Home ଓଡ଼ିଶା ବାଟପୁଲିସି ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଓ କ୍ରୀଡା ଉତ୍ସବ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାମନାଗୁଡା :- ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସୁଣ୍ଡିଧାମୁଣି ପଞ୍ଚାୟତ ଅଧୀନରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ବାଟପୁଲିସି ଠାରେ ବାର୍ଷିକ ଓ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଭୁଦତ୍ତ ଶିବ ପ୍ରସାଦ ମହାନ୍ତି ଙ୍କ ସଭାପତିତ୍ୱ ରେ ଆୟୋଜିତ ହୋଇଥିବା ଏହି ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ମଞ୍ଚାସୀନ ହୋଇଥିବା ବେଳେମୁଖ୍ୟବକ୍ତା ଭାବରେ ଅନୁଷ୍ଠାନର ପୂର୍ବତନ ପ୍ରଧାନ ଶିକ୍ଷକ ସୁରଥ ପାଲାକା, ସମ୍ମାନିତ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ, ସୁଣ୍ଡିଧାମୁଣି ସରପଞ୍ଚ ଭାସ୍କର କାଡ୍ରାକା, ସମିତି ସଭ୍ୟ କମଳ ମୁଟିକା, ସମାଜସେବୀ ବାତ୍ରୀ ମାଣ୍ଡାଙ୍ଗି, ପାଳୁପାଇ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ଦାଶ, ଗୁଲୁମୁଣ୍ଡା ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ବେହେରା ମଞ୍ଚାସୀନ ହୋଇଥିବା ବେଳେ ସ୍ୱତନ୍ତ୍ର ଅତିଥି ରୂପେ ଗୁଲୁଣ୍ଠି ପ୍ରଧାନ ଶିକ୍ଷକ ପି.ସୁରେଶ, ପାର୍ଲା ପ୍ରଧାନ ଶିକ୍ଷକ ରୁଦାଲି ପାତ୍ର, ସୁଲୁଡି ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତପସ୍ୱିନୀ ଶବର, କୁଜେନ୍ଦ୍ରୀ ପ୍ରଧାନ ଶିକ୍ଷକ ଗୋପୀନାଥ ନାୟକ, ପେଣକାମ ପ୍ରଧାନ ଶିକ୍ଷକ ଶକ୍ତି ପ୍ରସାଦ ବେହେରା, ଗୁମୁଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଳା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପ୍ରାରରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ଫୋଟଚିତ୍ର ନିକଟରେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ କରିଥିବା ବେଳେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ମହୋତ୍ସବ ର ମୁଖ୍ୟ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟି ଥିବା କୋରାପୁଟ ଏସଡିପିଓ ସୁଶ୍ରୀ ଶ୍ରାବଣୀ ନାୟକ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ସହ କ୍ରୀଡା ର ମଧ୍ୟ ଆବଶ୍ୟକ ରହିଛି, ଶିକ୍ଷା ବିନା ଆଗକୁ ବଢ଼ିବା ଅସମ୍ବବ ବୋଲି ନିଜ ଅବିଭାଷଣ ରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀକୁ ନେଇ ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ବି. ଜଗାରାଓ ମଞ୍ଚ ପରିଚାଳନା କରିଥିବା ବେଳେ ସଂଯୋଜନା ଦାଇତ୍ୱ ରେ ସହକାରୀ ଶିକ୍ଷୟିତ୍ରୀ ସୁଶ୍ରୀ ସୁସ୍ମିତା ବାରିକ ଦାଇତ୍ୱ ନିର୍ବାହ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କ ସମେତ ଶିକ୍ଷକ ନିଳାଞ୍ଚଳ କରକରିଆ, ଚନ୍ଦ୍ର ଶେଖର ପିଚିକା, ଶିଳ୍ପା ମହାରଣା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ପରିଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ମହାନ୍ତି ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଦେଇ ସଭାସାଙ୍ଗ କରିଥିଲେ । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ by Proprietor Abhimanyu Maharana September 11, 2026 ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ by Proprietor Abhimanyu Maharana September 11, 2026 ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା by Proprietor Abhimanyu Maharana September 11, 2026 ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର by Proprietor Abhimanyu Maharana September 11, 2026 ଚେସ କର୍ମକର୍ତ୍ତା ତାରୁନ ଖାଁଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା by Proprietor Abhimanyu Maharana September 11, 2026 ନୟାଗଡ଼ରେ ୮ ଶିକ୍ଷକଙ୍କୁ ରୋଟାରୀ ନେସନ ବିଲ୍ଡର ସମ୍ମାନ by Proprietor Abhimanyu Maharana September 11, 2026